Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେସିସି ବ୍ୟାଙ୍କରୁ କୋଟିଏ ଟଙ୍କା ଠକେଇ: ଭିଜିଲାନ୍ସ ହାତରେ ପ୍ରେମୀଯୁଗଳ

କେସିସି ବ୍ୟାଙ୍କରୁ କୋଟିଏ ଟଙ୍କା ଠକେଇ: ଭିଜିଲାନ୍ସ ହାତରେ ପ୍ରେମୀଯୁଗଳ

ଭୁବନେଶ୍ୱର: ମାଲକାନଗିରି କେସିସି ବ୍ୟାଙ୍କରେ ପ୍ରାୟ ୧ କୋଟି ଟଙ୍କାର ଠକେଇ ମାମଲା। ଭିଜିଲାନ୍ସ ଜାଲରେ ବ୍ୟାଙ୍କ ଶାଖା ପରିଚାଳକ ସୁଧାଂଶୁ ଖରାଙ୍କ ଦୁଇ ସହଯୋଗୀ ସୁଶ୍ରୀ ନିବେଦିତା ତରାଇ ଏବଂ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ନୃସିଂହ ଖମାରୀ ପଡ଼ିଛନ୍ତି। ସୁଧାଂଶୁଙ୍କୁ ମେ' ୫ରେ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି।

ଅଭିଯୁକ୍ତ ସୁଧାଂଶୁ ଗିରଫ ଭୟରେ ସୁଶ୍ରୀ ନିବେଦିତା ଏବଂ ନୃସିଂହ ଖମାରୀଙ୍କୁ ପ୍ରାୟ ୬୩ ଲକ୍ଷ ଟଙ୍କା

ଷ୍ଟ୍ରୋକ୍‌ ପରେ ଆସେ ଅବସାଦ,…

ଅନ୍ଧ ଭଳି ଭରସା ପଡ଼ିପାରେ ମହଙ୍ଗା…

ଟ୍ରାନ୍ସଫର କରିଥିବା ତଦନ୍ତରୁ ଜଣାପଡିଛି। ସୂଚନାନୁଯାୟୀ, ସୁଧାଂଶୁ ଖରା ଫେସବୁକ୍‌ ମାଧ୍ୟମରେ ସୁଶ୍ରୀ ନିବେଦିତା ତରାଇଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ମିଳିତ ଭାବେ ବ୍ୟାଙ୍କ ଟଙ୍କା ହଡପ କରିବା ପାଇଁ ଯୋଜନା କରିଥିଲେ। ଏ କାମରେ ନିବେଦିତାଙ୍କ ଲିଭ-ଇନ୍‌ ପାର୍ଟନର ନୃସିଂହ ଖମାରୀ ସହଯୋଗ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ, ଏହି ପେଶାଦାର ଠକ ଯୋଡି ବୃତିଗତ ଭାବେ ରାକେଟ୍‌ ଚଳାଇଥିଲେ। ଏମାନେ ଅନେକ ଲୋକଙ୍କୁ ଏମିତି ଠକିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବେଙ୍ଗାଲୁରୁ ପୁଲିସ କମିଶନରେଟରେ ନୃସିଂହ ଖମାରୀ ନାଁରେ ୧୪ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ଏହା ସହ ଜଗତସିଂହପୁରରେ ସେମାନେ ୩୦ ଲକ୍ଷ ଟଙ୍କାର ଆଉ ଏକ ଠକେଇରେ ଜଡିତ ଥିବା ଜଣାପଡିଛି। ସେହିପରି ବାରିପଦା, ପାରାଦୀପ, ଭୁବନେଶ୍ୱରରେ ଏମାନଙ୍କ ରାକେଟ୍‌ ଚାଲିଥିବା ସନ୍ଦେହ କରାଯାଉଛି। ଏହି ଦୁଇ ଠକ ଯୋଡିଙ୍କର ୨୫ଟି ବ୍ୟାଙ୍କ ଆକାଉଂଟ ଜବତ କରି ଭିଜିଲାନ୍ସ ଟିମ୍‌ ଛାନଭିନ୍‌ ଚଳାଇଛି। ସେମାନଙ୍କ ଦ୍ୱାରା ଖୋଲାଯାଇଥିବା ୧୨ଟି ଷ୍ଟକ୍‌ ଟ୍ରେଡିଂ ଆକାଉଂଟର ମଧ୍ୟ ଯାଂଚ କରାଯାଉଛି।

ଭୁବନେଶ୍ୱର-ଖୋର୍ଦ୍ଧାରେ ଥିବା ସେମାନଙ୍କ ଘରୁ ତଲାସି ସମୟରେ ୩୩ଟି ମୋବାଇଲ୍‌ ଫୋନ୍‌, ଡେସ୍କଟପ୍‌, ଟାବଲେଟ୍‌, ସୁନା ଅଳଙ୍କାର, ଏକ ଡ୍ରୋନ୍‌, ଦାମୀ କ୍ୟାମେରା ଇତ୍ୟାଦି ଜବତ କରାଯାଇଛି। ସୁଧାଂଶୁ ଏବଂ ସୁଶ୍ରୀ ଏହି ଠକେଇ ସିଣ୍ଡିକେଟ୍‌ ଚଳାଉଥିବା ଜଣାପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News