Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନାରେ ଦାଶରଥି ଗମାଙ୍ଗୋ

କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନାରେ ଦାଶରଥି ଗମାଙ୍ଗୋ

ମୋହନା: ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲ୍ଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା କରି ଭାଜପା ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ କରିଥିଲେ। ଫଳରେ ରାଜ୍ୟ ରାଜନୀତି ସହ ଗଜପତି ଜିଲ୍ଲା ରାଜନୀତି ସରଗରମ ହୋଇଥିଲା। ଏପରିକି ଜିଲ୍ଲାରେ ଗୋଟିଏ ବିଧାୟକ ବିରୋଧୀ ଗୋଷ୍ଠୀ ଓ ସମର୍ଥିତ ଗୋଷ୍ଠୀ ବାହାରିଥିଲେ।

ବିରୋଧୀ ଗୋଷ୍ଠୀ ବିଧାୟକଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ କୁଶ ପୁତଳିକା ଦାହ କରିଥିଲେ।

ବିଧାୟକ ସମର୍ଥନ ଗୋଷ୍ଠୀ ବାଇକ୍‌ ଶୋଭାଯାତ୍ରା କରି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଥିଲେ। ଅନ୍ୟପଟେ ତୃଣମୂଳ ସ୍ତରରେ ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଜିଲ୍ଲାର ସବୁ ବ୍ଲକକୁ ଯାଇ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଜିଲ୍ଲା ସଭାପତି ଦାୟିତ୍ୱରୁ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ହଟାଇ ନୂତନ ଭାବେ ଶଙ୍କର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ। ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ କଂଗ୍ରେସରୁ ନିଲମ୍ବିତ ହେବା ପରେ ପ୍ରଥମ କରି ବିଧାୟକ ମୋହନା ଆସିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News