Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଡ଼ିଆସୁଛି ବିପଦ! ଶ୍ରୀମନ୍ଦିରରୁ ଛିଣ୍ଡିଲା ମାନସିକ ବାନା

ମାଡ଼ିଆସୁଛି ବିପଦ! ଶ୍ରୀମନ୍ଦିରରୁ ଛିଣ୍ଡିଲା ମାନସିକ ବାନା

ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ଉଡୁଥିବା ମାଳମାଳ ମାନସିକ ବାନା ଛିଣ୍ଡିଯାଇଛି। ଯାହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି। ମାନସିକ ବାନା ଛିଣ୍ଡିବା ଅଶୁଭ ଅବା ଶୁଭ ସଂକେତ, ତାକୁ କେନ୍ଦ୍ର କରି ଭକ୍ତଙ୍କ ମନରେ ଦେଖାଦେଇଛି ନାନା ଆଶଙ୍କା।

ଇଞ୍ଜିନିୟରମାନଙ୍କ ପାଇଁ ଏକଦିନିଆ…

ସୂଚନା ମୁତାବକ, ବୁଧବାର ଚୁନରା ସେବକମାନଙ୍କ ଦ୍ୱାରା ପ୍ରତିଦିନ ଭଳି ବାନା ପରିବର୍ତନ ସମୟରେ ଭକ୍ତମାନଙ୍କ ଦ୍ୱାରା ପ୍ରଦତ ମାନସିକ ବାନା ନୀଳଚକ୍ରରୁ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଅବଶ୍ୟ ପରେ ମାଳମାଳ ମାନସିକ ବାନାକୁ ପୁନଃ ନୀଳଚକ୍ର ସହ ସଂଯୋଗ କରାଯାଇଥିଲା। ଅନ୍ୟପକ୍ଷରେ ଚଳିତ ମାସ ୫ ତାରିଖରେ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଦୀର୍ଘ ସମୟ ଧରି ଚିଲ ବସି ଉଡିଥିବା ବେଳେ ବୁଧବାର ଏଭଳି ଘଟଣା ଘଟିବା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ କହିଛନ୍ତି।

ମାନସିକ ବାନା ଛିଡ଼ିବା ପ୍ରସଙ୍ଗ ଉପରେ ଦେଶରେ ବିପର୍ଯ୍ୟୟ ଘଟିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଭୂମ୍ପିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟ ଅଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେବାୟତମାନେ କହିଛନ୍ତି । କେହି କେହି ଏହାକୁ ଅଶୁଭ ସଙ୍କେତ କହୁଥିବା ବେଳେ ହେତୁବାଦୀମାନେ ଏହାକୁ ପବନର ଗତି ଅଧିକ କାରଣରୁ ଛିଡି ଯାଇଥିବାର କହୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News