Dailyhunt
ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ପ୍ରତୀକ ଏବଂ ଜନଜାତି ସମାଜର ସ୍ୱାଭିମାନର ଛବି ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାସହ ସ୍ମରଣ କରାଯାଇଥିଲା।

ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଇ.ଏସ.ଆଇ ହସ୍ପିଟାଲ ଛକରେ ଅବସ୍ଥିତ ବିପ୍ଳବୀ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତିରେ ଏବଂ ସକାଳ ୯ ଘଟିକା ସମୟରେ ଓଡ଼ିଶା ବିଧାନସଭା ପାର୍ଶ୍ବ ଗେଟ୍ ନଂ-୧ ନିକଟରେ ଅବସ୍ଥିତ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ପୁଷ୍ପମାଲ୍ୟ ଅର୍ପଣ କରି ଧରଣୀଧର ନାଏକଙ୍କ ଅଦମ୍ୟ ସାହସ ଓ ଜନଜାତି ସମାଜ ପାଇଁ ତାଙ୍କର ତ୍ୟାଗକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ଏହି ମହାନ ବିପ୍ଳବୀଙ୍କ ଜୀବନ ସଂଗ୍ରାମ ଆଜିର ପିଢ଼ି ପାଇଁ ଏକ ଅମୂଲ୍ୟ ପ୍ରେରଣା।

ବିଜେପିରେ ସାମିଲ ହେଲେ କାକଟପୁର,…

ହାତୀ ସହିତ ବିଶୃଙ୍ଖଳା ଆଚରଣ କରି…

ମହାନ ବିପ୍ଲବୀ ଧରଣୀଧର ନାୟକ ଙ୍କ…

ଜିତୁ ମୁଣ୍ଡାଙ୍କ ଶୁଦ୍ଧି…

ଏକାମ୍ର-ଭୁବନେଶ୍ୱରର ବିଧାୟକ ଶ୍ରୀ ବାବୁ ସିଂ ମଧ୍ୟ ମାଲ୍ୟାର୍ପଣ କରି ଧରଣୀଧର ନାଏକଙ୍କ ଜାତିପ୍ରେମ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅସାଧାରଣ ଅବଦାନକୁ ସ୍ମରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରଜିତ୍ ମିଶ୍ର, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ସଭାପତି ଶ୍ରୀ ଧୃବ କାଲୋ ସହିତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ।

ଏହାସହ ବିଭିନ୍ନ ସାମାଜିକ ଓ ରାଜନୈତିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଯୋଗଦେଇ ଏହି ମହାନ ବିପ୍ଳବୀଙ୍କ ଅମର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News