Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଓ ଡମ୍ପ୍‌ରୁ ୧୪ କୋଟି ଟଙ୍କାର ଧନରତ୍ନ ଜବତ

ମାଓ ଡମ୍ପ୍‌ରୁ ୧୪ କୋଟି ଟଙ୍କାର ଧନରତ୍ନ ଜବତ

ମାଲକାନଗିରି: ମଙ୍ଗଳବାର ଥିଲା ନକ୍ସଲ ଆତ୍ମସମର୍ପଣର ଶେଷ ଦିନ। ମାଲକାନଗିରି ସୀମାନ୍ତ ଛତିଶଗଡର ବିଭିନ୍ନ ଜିଲ୍ଲାରେ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିସହ ୧୪ କୋଟିରୁ ଉର୍ଦ୍ଧ୍ୱ ଟଂକାର ଡମ୍ପ ଉଦ୍ଧାର କରାଯାଇଛି।

ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନେ ୯୩ଟି ହତିଆର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ୪ଟି ଏକେ-୪୭ ଏବଂ ୯ଟି ଏସ୍‌ଏଲ୍‌ଆର୍‌ ରହିଛି। ଏମାନଙ୍କଦ୍ୱାରା ଡମ୍ପ କରି ରଖାଯାଇଥିବା ୨ କୋଟି ୯୦ ଲକ୍ଷ ଟଂକା ନଗଦ ୭ କିଲୋ ୨ ଶହ ଗ୍ରାମ ସୁନା ଉଦ୍ଧାର କରାଯାଇଛି। ସୁନାର ବର୍ତମାନର ମୂଲ୍ୟ ୧୧ କୋଟି ୧୬ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି। ସେହିପରି ଦନ୍ତେୱାଡାଜିଲ୍ଲାରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଏମାନେ ପୁଲିସକୁ ୮ଟି ଏସ୍‌ଏଲ୍‌ଆର୍‌ ବନ୍ଧୁକ ହସ୍ତାନ୍ତର କରିଛନ୍ତି। ସୁକମା ଜିଲ୍ଲା ପୁଲିସ ନିକଟରେ ୨ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଗୋଟିଏ ଏଲଏମଜି, ୨ଟି ଏକେ-୪୭ ଏବଂ ୧୦ ଲକ୍ଷ ନଗଦ ଟଙ୍କା ପୁଲିସକୁ ହସ୍ତାନ୍ତର କରିଛନ୍ତି। ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଜଣେ ନକ୍ସଲ ଗୋଟିଏ ଏଲ୍‌ଏମ୍‌ଜି ସମେତ ଆତ୍ମ ସମର୍ପଣ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News