Dailyhunt
ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ: ବିଜେଡି

ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ: ବିଜେଡି

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସୋମବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ…

ମଣି ନାଗେଶ୍ବର ଯୁବ ସମିତି ପକ୍ଷରୁ…

ଧାନ କିଣାରେ ସରକାରଙ୍କ ଉଦାସୀନତା…

ଦେବୀ ପ୍ରସାଦ ମିଶ୍ର କହିଲେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜୟନ୍ତୀ ପାଇଁ ମାର୍ଚ୍ଚ ୫ ତାରିଖରେ ସ୍ଥିରୀକୃତ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲା ସଭାପତି ଓ ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି। ସେହିଦିନ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ଦେଶାତ୍ମବୋଧ ସଙ୍ଗୀତ ଗାନ କରିବା ସହିତ ସମୃଦ୍ଧ ଓଡିଶା ଗଠନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହାଛଡା ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେବ। ବିଜେଡି ମୁଖ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ପ୍ରତିବର୍ଷ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ଗଠିତ ବିଜୁ ଜନତା ଦଳ ସବୁବେଳେ ସେବା କାର୍ଯ୍ୟକ୍ରମରେ ବିଶ୍ୱାସ ରଖେ। ବିଜେଡି ତରଫରୁ ଆୟୋଜିତ ହେବାକୁ ଥିବା ବିଜୁ ଜୟନ୍ତୀ ଅବସରରେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ କୀର୍ତିକୁ ସ୍ମରଣ କରିବା ସହିତ ବିଜେଡିର ନେତା ଓ କର୍ମୀମାନେ ସେବାରେ ବ୍ରତୀ ହେବେ ବୋଲି ସଂକଳ୍ପ ନେବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News