Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଟ୍ରିକ ରେଜଲ୍ଟ : ତାରିଖ ଘୋଷଣା କଲେ ବୋର୍ଡ ସଭାପତି

ମାଟ୍ରିକ ରେଜଲ୍ଟ : ତାରିଖ ଘୋଷଣା କଲେ ବୋର୍ଡ ସଭାପତି

ଟକ : ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାକୁ ନେଇ ଅପଡେଟ୍ ଆସିଛି। ମେ ମାସର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଏହା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ ମଧ୍ୟ ପାଇପାରିବେ।

ତେବେ ଆଜି ମାଟ୍ରିକ୍ ପରୀକ୍ଷାର ଖାତା ମୂଲ୍ୟାୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇଥିବା ଖାତା ଦେଖା ପ୍ରକ୍ରିୟା ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News