Dailyhunt
ନକଲି ନୋଟ୍‌ ଜବତ, ୨ ଗିରଫ

ନକଲି ନୋଟ୍‌ ଜବତ, ୨ ଗିରଫ

ଭୁବନେଶ୍ୱର: ସୋନପୁର ପୁଲିସ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର ନକଲି ନୋଟ୍‌ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପୁରୁଷୋତମ ଶତପଥୀ ଓ ପ୍ରଶାନ୍ତ ଦାଶ। ସୁବର୍ଣ୍ଣପୁର ଏସ୍‌ପି ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁରୁଷୋତମଙ୍କ ଘର ଯାଜପୁର ଅଂଚଳରେ ଥିବା ବେଳେ ପ୍ରଶାନ୍ତଙ୍କ ଘର ନୟାଗଡ ଜିଲ୍ଲାରେ।

ଦୁଇ ଅଭିଯୁକ୍ତଙ୍କ ନିକଟରୁ ସ୍କର୍ପିଓ ଜବତ କରାଯାଇଛି। ସୂଚନା ମୁତାବକ, ଗତକାଲି ରାତିରେ ଅଭିଯୁକ୍ତ ଦ୍ୱୟ କଳା ରଙ୍ଗର ସ୍କର୍ପିଓରେ ସୋନପୁର ବ୍ଳକ୍‌ ଛକରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ପାଟ୍ରୋଲିଂ ଟିମ୍‌ ସେମାନଙ୍କୁ ଧରିଥିଲା। ସ୍ପର୍ପିଓ ଯାଂଚ କଲା ବେଳେ ସେଥିରୁ ୧୬୯୫ଟି ୫୦୦ ଟଙ୍କିଆ ନକଲି ନୋଟ୍‌ ମିଳିଥିଲା।

ପାଠପଢା ସମୟରେ ମନଖୁସି ରଖିବାକୁ…

ଦିନକୁ ୮ ଘଂଟା ଶୋଇବା କାହିଁକି?…

'ପକେଟ୍‌ ସ୍ପିଟୁନ୍‌'…

ଲୁଚିଛପି ବିବାହ କଲେ ବଲିଉଡର ଏହି…

ଅଭିଯୁକ୍ତମାନେ ବରଗଡ ଜିଲ୍ଲାରୁ ଏହି ନକଲି ନୋଟ୍‌ ଆଣିଥିଲେ। ସେମାନେ ସୁବର୍ଣ୍ଣପୁର ଜିଲ୍ଲା ସହିତ ଅନ୍ୟାନ୍ୟ ଅଂଚଳରେ ବଦଳାଇବାକୁ ଯୋଜନା କରିଥିଲେ।
ସୁବର୍ଣ୍ଣପୁର ଏସ୍‌ପି କହିଛନ୍ତି, ଗତକାଲି ରାତି ପ୍ରାୟ ସାଢେ଼ ୮ଟା ବେଳେ ସୋନପୁର ଟାଉନ ପୁଲିସର ପାଟ୍ରୋଲିଂ ଟିମ୍‌ ଏକ ସୂଚନା ପାଇଥିଲା ଯେ ଗୋଟିଏ କଳାରଙ୍ଗର ସ୍କର୍ପିଓ ସହରରେ ଦୁଇଚାରି ଘେରା ଚକ୍କର କାଟି ସାରିଲାଣି। ସେଥିରେ ଦୁଇ ଜଣ ଲୋକ ବସିଛନ୍ତି। ସେମାନେ କିଛି ନକଲି ନୋଟ୍‌ ବଦଳାଇବା ଚକ୍କରରେ ଅଛନ୍ତି। ଏହି ସୂଚନାକୁ ଆଧାର କରି ପାଟ୍ରୋଲିଂ ଟିମ୍‌ ଗାଡିଟିକୁ ଅଟକାଇଥିଲେ। ପଚରାଉଚରା ବେଳେ ସେମାନେ କାହିଁକି ସୋନପୁର ଆସିଥିଲେ, ତା'ର ସନ୍ତୋଷ ଜନକ ଜବାବ ଦେଇ ପାରି ନଥିଲେ। ତା'ପରେ ସେମାନଙ୍କ ଗାଡି ଯାଂଚ କରାଯାଇଥିଲା।
ଯାଂଚ ବେଳେ ଗାଡିରୁ ନକଲି ନୋଟ୍‌ ମିଳିଥିଲା। ଅଭିଯୁକ୍ତ ପୁଲିସ ଆଗରେ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ। ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ଖୋଳତାଡ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News