Dailyhunt
ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ୨ ଜଣ ଅଟକ

ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ୨ ଜଣ ଅଟକ

ରାଜନଗର: ଗୁରୁବାର ଠାରୁ ନିଖୋଜ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ(୭)ଙ୍କ ମୃତଦେହକୁ ଶୁକ୍ରବାର ଉଦ୍ଧାର କରିଛି ପୁଲିସ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଳିପୁର ଗ୍ରାମର ମାନଗୋବିନ୍ଦ ସେନାପତିଙ୍କ ଝିଅ ଶୁଭଲକ୍ଷ୍ମୀ (୭) ମାମୁଁଘର ଗାଁ ରାଜନଗର ବ୍ଲକ୍‌ ବଡକୋହ୍ଲା ଗାଁରେ ମା' ସୁଷମା ନାୟକ ସହିତ ବର୍ଷେ ହେଲା ରହୁଥିଲା।

ଝିଅ ନିଖୋଜ ସଂପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଉଭୟ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସମସ୍ତେ ମିଳିମିଶି ଶୁଭଲକ୍ଷ୍ମୀକୁ ଖୋଜାଖୋଜି କରିଥିଲେ।

ଆପଣ ବି ଖରାଦିନେ ଏହି ସବୁ ଖାଦ୍ୟ…

ମାଇଗ୍ରେନ୍‌ ବଢାଏ ହର୍‌ମୋନାଲ୍‌…

ମିଛ କହିଲେ ଶରୀରର କେଉଁ ଅଙ୍ଗ…

ଭାରତର ସ୍ୱିଜର୍‌ଲାଣ୍ଡ

କ୍ରମେ ବ୍ରାହ୍ମଣୀ ନଦୀର ଶାଖା କେନାଲରେ ଝିଅର ମୃତଦେହ ଭାସି ଭାସି ଯାଉଥିବାର ଦେଖିବାକୁ ମିଳିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀ ଶିଶୁକନ୍ୟାର ମୃତଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସାଇଂଟିଫିକ୍‌ ଟିମ୍‌ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି। ଅନୁସନ୍ଧାନୀ କୁକୁର ଏକ ନିର୍ଦ୍ଧିଷ୍ଟ ଘରକୁ ବାରମ୍ବାର ଯାଉଥିବାର ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ସନ୍ଦେହରେ ଅଟକ ରଖି ଅନୁସନ୍ଧାନ ଜାରି ରଖିଛି।

ମୃତଶିଶୁର ଅଜା କାଳନ୍ଦୀ ନାୟକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ଜଣେ ପଡୋଶୀ ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ସବିଶେଷ ଅନୁସନ୍ଧାନ ପରେ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ରାଜନଗର ଥାନାଧିକାରୀ ନରେଶ୍‌ ସାହୁ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News