Dailyhunt
ନୂଆ ସେତୁ ପ୍ରତି ଲୋକଙ୍କ ମନରେ କ୍ରୋଧ!

ନୂଆ ସେତୁ ପ୍ରତି ଲୋକଙ୍କ ମନରେ କ୍ରୋଧ!

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ କୁଟାସିଂହା ଓ ସୋନପୁର ଜିଲ୍ଲା କପାସିରା ମଧ୍ୟରେ ଅଙ୍ଗନଦୀ ଉପରେ ଗୋଟିଏ ସେତୁ ନିର୍ମାଣ ହୋଇଛି। ମାତ୍ର ସେହି ସେତୁ ଲୋକଙ୍କ କାମରେ ଲାଗୁନି। ଲୋକେ ସେତୁ ଉପରେ ଯିବା ବଦଳରେ ସେତୁ ତଳେ ଚଳପ୍ରଚଳ ହେଉଛନ୍ତି। କାରଣ ସେତୁକୁ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କରାଯାଇନି।
୨୦୧୯ ମସିହାରେ ଅଙ୍ଗନଦୀ ଉପରେ ସେତୁ ନିର୍ମାଣ କାମ ଆରମ୍ଭ କରାଯାଇଥିଲା।

ଉଦ୍ଦେଶ୍ୟ ଥିଲା; ବଲାଙ୍ଗିର ଓ ସୋନପୁର ଜିଲ୍ଲା ମଧ୍ୟରେ ଗମନା ଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା। ସୂଚନା ଫଳକରେ ରହିଥିବା ସୂଚନା ଅନୁଯାୟୀ ୨୦୨୪ ମସିହା ମାର୍ଚ୍ଚ ୩ ତାରିଖରେ ସେତୁ ନିର୍ମାଣ କାମ ସଂପୂର୍ଣ୍ଣ କରିବାକୁ ଟାର୍ଗେଟ ରଖାଯାଇଥିଲା। କିନ୍ତୁ ତା'ର ୬ ମାସ ପୂର୍ବରୁ ଅର୍ଥାତ୍‌ ୨୦୨୩ ମସିହା ଅଗଷ୍ଟ ମାସରେ ସେତୁ ନିର୍ମାଣ କାର୍ଯ୍ୟକୁ ଅଧପନ୍ତରା ରଖି ଫେରାର ହୋଇ ଯାଇଥିଲେ ଠିକାଦାର। ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ଠିକା ସଂସ୍ଥା ଆଶୀର୍ବାଦ କନଷ୍ଟ୍ରକସନକୁ ତାଗିଦ କରିଥିଲେ। ତା'ପରେ ସଂପୂର୍ଣ୍ଣ ହୋଇଥିଲା ସେତୁ କାମ।
ସେତୁର ନିର୍ମାଣ ସରିଗଲା। କିନ୍ତୁ ଗତ ଦୁଇବର୍ଷ ହେଲାଣି ସେତୁଟି ଲୋକଙ୍କ କାମରେ ଆସୁନି। ସେତୁକୁ ଆପ୍ରୋଚ୍‌ ରୋଡ୍‌ ନାହିଁ। ଏ ପର୍ଯ୍ୟନ୍ତ ସେତୁର କୌଣସି ପଟରୁ ଆପ୍ରୋଚ ରୋଡ୍‌ ତିଆରି କାମ ଆରମ୍ଭ ହୋଇନି।

ପାଠପଢା ସମୟରେ ମନଖୁସି ରଖିବାକୁ…

ଦିନକୁ ୮ ଘଂଟା ଶୋଇବା କାହିଁକି?…

'ପକେଟ୍‌ ସ୍ପିଟୁନ୍‌'…

ଲୁଚିଛପି ବିବାହ କଲେ ବଲିଉଡର ଏହି…

ଏ ବାବଦରେ ବଲାଙ୍ଗିର ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶୁତୋଷ ଜେନା କହନ୍ତି, ଜମି ସମସ୍ୟା ଯୋଗୁ ଆପ୍ରୋଚ ରୋଡ୍‌ ନିର୍ମାଣ ହୋଇପାରିନି। ଏ ଯାଏ ଶତ ପ୍ରତିଶତ ଜମି ଅଧିଗ୍ରହଣ କାମ ସରିନି।

ସେତୁ ନିର୍ମାଣ ପୂର୍ବରୁ ବିଭାଗୀୟ ଅଧିକାରୀମାନେ କ'ଣ ଜାଣି ନଥିଲେ ଯେ ଆପ୍ରୋଚ୍‌ ରୋଡ୍‌ କରିବାକୁ ପଡ଼ିବ? ପୂର୍ବରୁ କାହିଁକି ବ୍ୟବସ୍ଥା କରାଗଲା ନାହିଁ। ପ୍ରଥମେ ଜମି ଅଧିଗ୍ରହଣକୁ କାହିଁକି ଗୁରୁତ୍ୱ ଦିଆଗଲା ନାହିଁ? ସେତୁ ନିର୍ମାଣ କରିବାକୁ ୫ ବର୍ଷ ବିତିଗଲା। ତା'ମଧ୍ୟରେ କାହିଁକି ଆପ୍ରୋଚ୍‌ ରୋଡ୍‌ ପାଇଁ ବ୍ୟବସ୍ଥା କରାଗଲା ନାହିଁ? ସେହିପରି ସେତୁ ନିର୍ମାଣକୁ ୨ ବର୍ଷ ପୂରିଗଲାଣି। ତଥାପି କାହିଁକି ଜମି ଅଧିଗ୍ରହଣ କରି ଆପ୍ରୋଚ ରୋଡ୍‌ କରିପାରିଲେ ନାହିଁ। ଏଥିରୁ ଜଣାପଡୁଛି ଯେ ବିଭାଗୀୟ ତଥା ପ୍ରଶାସନିକ ଅଧିକାରୀମାନଙ୍କର ଆନ୍ତରିକତା ନାହିଁ। ତେଣୁ କେମିତି ଏହି କାର୍ଯ୍ୟକୁ ଶେଷ କରାଯିବ, ସେଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ବଲାଙ୍ଗିର ଜିଲ୍ଲାର ୧୦ ଓ ସୋନପୁର ଜିଲ୍ଲାର ୯ଟି ପଂଚାୟତର ଲୋକେ ଉପକୃତ ହେବେ। ବର୍ଷା ଦିନେ ଏହି ପଂଚାୟତଗୁଡିକ ମଧ୍ୟରୁ ପ୍ରାୟ ୫/୬ଟି ପଂଚାୟତକୁ ଯୋଗାଯୋଗ ଏକପ୍ରକାର ବନ୍ଦ ହୋଇଯାଏ। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ସେମାନଙ୍କର ସେହି ଦୁଃଖ ରହନ୍ତା ନାହିଁ। କିନ୍ତୁ ବର୍ଷ ବର୍ଷ ଧରି ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହୋଇପାରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଲାଣି। ଏଥିପାଇଁ ଲୋକେ ଆଗାମୀ ପଂଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News