Dailyhunt
ନୂତନ ଏନସିଇଆରଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ନୂତନ ଏନସିଇଆରଟି ଅଡିଟୋରିୟମ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ନସିଇଆରଟି ଭାରତର ଗୌରବ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ । ଏହା କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଦେଶର ଏକ ସାମୂହିକ ଶୈକ୍ଷିକ ଭଣ୍ଡାର । ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନସିଇଆରଟିର ୯୦୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ଅଡିଟୋରିୟମ ଏବଂ ଅନେକ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତଥା ପଦକ୍ଷେପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିଇଆରଟି ଏବଂ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ଦ୍ୱାରା ସାରା ଦେଶରେ ବିଶେଷ କରି ଟାୟାର-୨ ଏବଂ ଟାୟାର-୩ ସହରରେ ଏନସିଇଆରଟି ପ୍ରକାଶନର ପୁସ୍ତକଗୁଡ଼ିକ ସୁଲଭ ମୂଲ୍ୟରେ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚିପାରିବ । ଏହି ଅବସରରେ ଶ୍ରୀ ପ୍ରଧାନ ଗୁଗୁଲ ଲର୍ଣ୍ଣିଂ ସେଣ୍ଟରକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ପଦକ୍ଷେପ ଏଆଇ ସମେତ ଡିଜିଟାଲ ଉପକରଣରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ ।

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ପର୍ଯ୍ୟାପ୍ତ କମ୍ପ୍ୟୁଟର ଓ ନେଟୱାର୍କିଂ ସୁବିଧା ଥିବା ୪୦ ଜଣଙ୍କ ପାଇଁ ଏକ ଅତ୍ୟାଧୁନିକ ଲ୍ୟାବ୍ ଓ ପିଏମ ଇ ବିଦ୍ୟା ଟିଭି ଚ୍ୟାନେଲର ପ୍ରସାରଣ ପାଇଁ ୨୦୦ ଟି ୟୁଟ୍ୟୁବ ଚ୍ୟାନେଲର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ନିଷ୍ଠା ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ, ନିଷ୍ଠା-ଇଟି, କୌଶଲ ଏବଂ ଏଜ୍ୟୁକେସନ ଲିଡରକୁ ଉନ୍ମୋଚନ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନସିଇଆରଟି ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ଏହା ଗୋଟିଏ ଛାତ ତଳେ ବିଷୟବସ୍ତୁ ବିକାଶ, ପାଠ୍ୟକ୍ରମ ଡିଜାଇନ୍, ଶିକ୍ଷାଗତ ପଦ୍ଧତି, ଅଭିନବ ଶିକ୍ଷାଗତ ଅଭ୍ୟାସ, ଶିକ୍ଷକ ଦକ୍ଷତା ବୃଦ୍ଧି ଏବଂ ଟେକ୍ନୋଲୋଜି ନିବେଶକୁ ସମନ୍ଵିତ କରି ଏକ ମେଲଟିଂ ପଟରେ ପରିଣତ ହେବାର ଇଚ୍ଛା ରଖିବା ଆବଶ୍ୟକ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବଳଦେବଜୀଉ ମନ୍ଦିର ରେ କାର୍ଯ୍ୟରତ…

କ୍ୟାଥୋଲିକ ବିଶ୍ଵକପ କନ୍‌ଫରେନ୍ସ…

ରୋଜଗାର ମେଳା ଅଧୀନରେ କେନ୍ଦ୍ର…

କୁଏତରେ 'ହାଲା ମୋଦୀ'…

ଏକବିଂଶ ଶତାବ୍ଦୀର ଶିକ୍ଷା ଓ ଲର୍ଣ୍ଣରଙ୍କ ପାଇଁ ଭାରତର ନୂତନ ପିଢ଼ିଙ୍କୁ ପ୍ରସ୍ତୁତ କରିବା ପାଇଁ ସେ ଏନସିଇଆରଟିର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏନସିଇଆରଟି ଏବଂ ଫ୍ଲିପକାର୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଏନସିଇଆରଟି ପାଠ୍ୟପୁସ୍ତକର ଉପଲବ୍ଧତା ବୃଦ୍ଧି ପାଇବ ଏବଂ ଦେଶର କୋଣ ଅନୁକୋଣରେ ପୁସ୍ତକ ଗୁଡ଼ିକ ଶିକ୍ଷାର୍ଥୀଙ୍କ ଡୋରଷ୍ଟେପରେ ପହଞ୍ଚିପାରିବ ।

ନିଷ୍ଠା ଶିକ୍ଷକ ପ୍ରଶିକ୍ଷଣ ମଡ୍ୟୁଲ୍ ଏବଂ ଗୁଗୁଲ ଇଣ୍ଡିଆ ଦ୍ୱାରା ଅନୁଭୂତିମୂଳକ ଶିକ୍ଷା କେନ୍ଦ୍ର ଭଳି ପଦକ୍ଷେପ ଶିକ୍ଷକମାନଙ୍କ ଦକ୍ଷତାକୁ ସୁଦୃଢ଼ କରିବ ଏବଂ ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଫ୍ଲିପକାର୍ଟ ପୂର୍ବରୁ ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ(ଏଲଓଇ) ସ୍ୱାକ୍ଷରିତ ହୋଇସାରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News