Dailyhunt
ଓଡିଶା ଦେଖିବ 'ଦାନା' ତାଣ୍ଡବ

ଓଡିଶା ଦେଖିବ 'ଦାନା' ତାଣ୍ଡବ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବାତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ଆଉ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାଗୁଡିକ ପ୍ରଭାବିତ ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଉପରେ ପ୍ରଭାବ ପଡିବ ।

ବିଶେଷକରି ଲ୍ୟାଣ୍ଡଫଲ ସ୍ଥଳର ୫୦ କିଲୋମିଟର ପରିଧି ଏହାଦ୍ବାରା ଅଧିକ ପ୍ରଭାବିତ ହେବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ବିପଦ ବଢୁଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛି ।

ଡୋନାଲ୍ଡ ଟ୍ରମ୍ପଙ୍କୁ ବାଛିନେଲା…

ମେଘନାଦ ପ୍ରାଚୀରର କାନ୍ଥରେ ଫାଟ…

ହିନ୍ଦୁ ଭୋଟ୍ ବଳରେ ବାଜି ମାରିବେ…

୨୦୨୫ ଆଇପିଏଲ: ଧୋନୀଙ୍କୁ ୪ କୋଟି…

ଧାମରା ବନ୍ଦରକୁ ବିପଦ, ଅବଦୁଲ କଲାମ ଦ୍ବୀପକୁ ବିପଦ, ଗହୀରମଥା ଅଭୟାରଣ୍ୟକୁ ବିପଦ, ପ୍ରଭାବିତ ହୋଇପାରେ ଭିତରକନିକା ଅଭୟାରଣ୍ୟ, ଆରଡ଼ି ଆଖଣ୍ଡଳମଣି ମନ୍ଦିରକୁ ବିପଦ, ତେଣୁ ଯେଉଁ ସ୍ଥାନଗୁଡିକ ଉପରେ ଅଧିକ ବିପଦ ରହିଛି ସେଠାରେ ପ୍ରଶାସନ ସଜାଗ ହୋଇ ରହିଛି । ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛି । ତେବେ ଦାନା ପ୍ରଭାବରେ ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ବଢିବ ଆଉ ୨୬ ତାରିଖରୁ ବର୍ଷାର ପରିମାଣ କମିବ…. ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News