Dailyhunt
ଓଡ଼ିଶାକୁ ଅମୃତ ଭାରତ ଟ୍ରେନ୍‌ ମଞ୍ଜୁର

ଓଡ଼ିଶାକୁ ଅମୃତ ଭାରତ ଟ୍ରେନ୍‌ ମଞ୍ଜୁର

ଭୁବନେଶ୍ୱର: ଓଡିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତନୁର (ଚକ୍ଟୟବଦ୍ଭଙ୍କକ୍ସ ଔଙ୍କଦ୍ଭମଗ୍ଧସକ୍ଟଦ୍ଭ, ଉକ୍ଟସଜ୍ଞଭବଗ୍ଧକ୍ଟକ୍ସର) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍‌ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ, ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ସୁଦୃଢ଼ କରିବ ବୋଲି ଏହି ପତ୍ର ମାଧ୍ୟମରେ ଜଣାଇଛନ୍ତି।

ଗୋପବନ୍ଧୁ ପ୍ରଶାସନ ଏକାଡେମୀରେ…

୧୮୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ…

ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ…

ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ନୂତନ ଅମୃତ ଭାରତ ଟ୍ରେନ ସେବାକୁ ଅନୁମୋଦନ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ନିଜ ଢ ହ୍ୟାଣ୍ଡେଲ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ, ଝାଡ଼ଖଣ୍ଡ ପହଂଚିବା ପୂର୍ବରୁ ଏହି ଟ୍ରେନ୍‌ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍‌, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ସମେତ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ। ଏହି ଟ୍ରେନ୍‌ ସେବା ଆରମ୍ଭ ହେବା ଦ୍ୱାରା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ ତତ୍‌ସହିତ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ପ୍ରଦାନ କରିବ।

ଏହା ଏହି ଅଂଚଳଗୁଡ଼ିକ ମଧ୍ୟରେ ପ୍ରାୟତଃ ଯାତାୟାତ କରୁଥିବା ଛାତ୍ର, ଶ୍ରମିକ, ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରିବ। ଏହି ମଞ୍ଜୁରୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଓ ରାଜ୍ୟବାସୀଙ୍କ ପାଇଁ ଉତମ ପରିବହନ ସୁବିଧା ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଭାବରେ ଦେଖାଯାଉଛି। ନୂତନ ଅମୃତ ଭାରତ ଟ୍ରେନ୍‌ ଆଂଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସାମଗ୍ରିକ ବିକାଶରେ ଯୋଗଦାନ ଦେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News