Dailyhunt
ପଇଡ଼ ପାଣି ଫାଇଦା

ପଇଡ଼ ପାଣି ଫାଇଦା

ରାଦିନରେ ପଇଡ଼ ପାଣି ବେଶ୍‌ ଉପକାରୀ ଜାଣିଥିବେ ନିଶ୍ଚୟ, କିନ୍ତୁ ଏହା ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି?

ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ସେପରି ହୁଏ ନାହିଁ। ଶୀତଦିନେ ପଇଡ଼ ପାଣି ଶରୀରକୁ କେବଳ ଭିତରୁ ଶକ୍ତିଶାଳୀ କରେ ନାହିଁ, ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବିଶେଷ କରି ଶୀତଦିନରେ ଲୋକମାନେ ପାଣି ପିଇବାକୁ ଅମଙ୍ଗ ହୁଅନ୍ତି। ଏପରି ସମୟରେ ପଇଡ଼ପାଣି ଶରୀରକୁ ହାଇଡ୍ରେଟ୍‌ ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ। କେବଳ ଏତିକି ନୁହେଁ, ପଇଡ଼ ପାଣି ଶୀତଦିନେ ଶରୀରକୁ ଏକାଧିକ ଲାଭ ଦେଇଥାଏ, ସେସବୁ କଣ ଜାଣନ୍ତୁ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ଶୀତଦିନେ ରୋଗ ଶୀଘ୍ର ଆକ୍ରମଣ କରେ। ଏହାର ମୁଖ୍ୟ କାରଣ ପ୍ରତିରୋଧ ଶକ୍ତିର ଅଭାବ। ତେଣୁ, ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ପଇଡ଼ ପାଇଁ ହେଉଛି ସର୍ବତ୍କୃଷ୍ଠ। ଏଥିରେ ଥିବା ଆଂଟି ଅକ୍ସିଡାଂଟ୍‌ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
ଚର୍ମରେ ଚମକ ଆଣେ

ଶୀତଦିନେ ଚର୍ମ ପ୍ରାୟତଃ ଶୁଷ୍କ ହୋଇଯାଏ। ଏପରି ସ୍ଥିତିରେ, ଯଦି ଆମେ ପଇଡ଼ ପାଣି ପିଇଥାଉ, ଏହା ଆମ ଚର୍ମକୁ ପ୍ରାକୃତିକ ଭାବରେ ଆର୍ଦ୍ର କରିବାରେ ସାହାଯ୍ୟ କରେ। ପଇଡ଼ ପାଣି ଚର୍ମକୁ ଭିତରରୁ ହାଇଡ୍ରେଟ୍‌ ରଖେ। ଏହା ଚର୍ମର ପ୍ରାକୃତିକ ଚମକକୁ ବଜାୟ ରଖିବା ସହ ଶୁଷ୍କ ହେବାକୁ ଦିଏ ନାହିଁ।
ରକ୍ତଚାପ ନିୟନ୍ତ୍ରଣ କରେ

ଘରର ଏହି ଦିଗରେ ଲଗାନ୍ତୁ ଆଇନା;…

ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ…

ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି;…

ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଅଛି ତେବେ ପଇଡ଼ ପାଣି ଲାଭଦାୟକ ହୋଇପାରେ। ବାସ୍ତବରେ, ପଇଡ଼ ପାଣିରେ ପୋଟାସିୟମ୍‌ ଭରପୁର ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ

ଶୀତଦିନରେ ଶୋଇବା, ଉଠିବାରେ ବିଳମ୍ବ ହେବା ସହ କାମ କରିବାକୁ ମନଲାଗି ନଥାଏ। ଫଳରେ ହଜମ ପ୍ରକ୍ରିୟା ବିଳମ୍ବ ହୁଏ। ହଜମ ଠିକ୍‌ ନ ହେଲେ ନାନା ସମସ୍ୟା ଦେଖାଯାଏ। ତେଣୁ ହଜମ ପ୍ରକ୍ରିୟା ବଜାୟ ରଖିବା ପାଇଁ ଶୀତଦିନେ ପଇଡ଼ ପାଣି ଉତମ ବିକଳ୍ପ ହୋଇପାରେ। ଏହା ପେଟକୁ ସଫା ରଖିବା ସହ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ।

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ

ଯଦି ଶୀତଦିନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ପଇଡ଼ ପାଣି ସାହାଯ୍ୟ କରିପାରିବ। କାରଣ ଏଥିରେ କମ୍‌ କ୍ୟାଲୋରୀ ଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News