Dailyhunt
ପାଖେଇଲା ବାତ୍ୟା: ଧାମରାରେ ଘୋଟିଲାଣି ଅନ୍ଧାର

ପାଖେଇଲା ବାତ୍ୟା: ଧାମରାରେ ଘୋଟିଲାଣି ଅନ୍ଧାର

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବାତ୍ୟା 'ଦାନା' ଧାମରା-ଭିତରକନିକା ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି, ୨୪ ତାରିଖ ରାତି ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ମଧ୍ୟରେ ରହିବ।

ବାତ୍ୟାର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ, ସ୍ଥଳଭାଗ_ଛୁଇଁଲା_ବାତ୍ୟାର_ବାହ୍ୟବଳୟ!
-ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା
-ଧାମରାରେ ଘୋଟିଲାଣି ଅନ୍ଧାର
-ଆରମ୍ଭ ହେଲାଣି ବର୍ଷା ପବନ
-କେନ୍ଦ୍ରାପଡ଼ାରେ ବାତ୍ୟା ଦାନାର ପ୍ରଭାବରେ ବର୍ଷା ଆରମ୍ଭ
- ପଟ୍ଟାମୁଣ୍ଡାଇରେ ଆରମ୍ଭ ହେଲା ଝିପି ଝିପି ବର୍ଷା
- ତାଳସାରୀ ବେଳା ଭୁମିରେ ହାଲୁକା ପବନ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି।

୭ ମାସ ପାଇଁ ସମୁଦ୍ରରୁ ମାଛ ଧରିବା…

ପୁରୀ ଶ୍ରୀମନ୍ଦିରରେ ଗୁପ୍ତକୋଠରୀ…

'ଆମ୍ବ ଟାକୁଆ' ନେଲା ଦୁଇଟି ଜୀବନ

ସପନର ସୌଦାଗର ବିଜେପି

ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ସାଙ୍ଗକୁ ପବନ ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ । ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ଅଧିକ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ । କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ । ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବା ର ସୂଚନା।

ବାତ୍ୟା ସମୟରେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହିବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗିତ୍‌ସିଂହପୁର ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀରେ ଅତିପ୍ରବଳ ବର୍ଷା ହେବ। ପାଖାପାଖି ୧୯ଟି ଜିଲ୍ଲାରେ ବର୍ଷା ପବନର ତାଣ୍ଡବ ଦେଖିବାକୁ ମିଳିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News