Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଣାସଂକ୍ରାନ୍ତିରେ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପଣାସଂକ୍ରାନ୍ତିରେ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଦଳବଳେ ମା' ତାରିଣୀଙ୍କ ଦର୍ଶନ କରିଛନ୍ତି। ମା'ଙ୍କ ଆଶିଷ ପାଇସାରିବା ପରେ ଗଣମାଧ୍ୟମ ଆଗରେ ଓଡ଼ିଶା ବାସୀଙ୍କ ଶୁଭ ମନାସିବା କଥା କହିଛନ୍ତି। ମାଆ ତାରିଣୀଙ୍କୁ ଦର୍ଶନ କରି ସାରା ଓଡ଼ିଶାବାସୀଙ୍କର ମଙ୍ଗଳ କାମନା କରିଛନ୍ତି।

କେନ୍ଦୁଝର ଜିଲ୍ଲା କିଭଳି ସମୃଦ୍ଧ ଜିଲ୍ଲା ହେବ, ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟ ହେବ ଓ ରାଜ୍ୟରେ ଥିବା ଦଳିତ ବର୍ଗର ଲୋକ, ପଛୁଆ ବର୍ଗର ଲୋକ, ଆଦିବାସୀ ଲୋକ ଓ ରାଜ୍ୟରେ ବିଭିନ୍ନ ସମସ୍ୟାରେ ଥିବା ଲୋକମାନଙ୍କର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେ ନେଇ ମା'ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥନା କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News