Dailyhunt
ପାରାଦୀପଠାରୁ ୨୬୦ କିମି ଦୂରରେ 'ଦାନା'

ପାରାଦୀପଠାରୁ ୨୬୦ କିମି ଦୂରରେ 'ଦାନା'

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମାଡିଆସୁଛି ବାତ୍ୟା । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାରେ ଲୋକେ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଏବେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏବେ ଏହା ପାରାଦୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ଥିବାବେଳେ, ଭଦ୍ରକ ଧାମରାଠାରୁ ୨୯୦ କିଲୋମିଟର ଦୂରରେ ଅଛି ଏବଂ ସାଗରଦ୍ୱୀପଠାରୁ ଏବେ ଏହା ୩୫୦ କିଲୋମିଟର ଦୂରରେ ଅଛି ।

ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News