Dailyhunt
ପାରିବାରିକ କଳହରୁ ଦମ୍ପତ୍ତି ସହ ଦୁଇ ଶିଶୁଙ୍କ ମୃତ୍ୟୁ

ପାରିବାରିକ କଳହରୁ ଦମ୍ପତ୍ତି ସହ ଦୁଇ ଶିଶୁଙ୍କ ମୃତ୍ୟୁ

ରାୟପୁର : ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାର କରମତରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ତାଙ୍କ ଦୁଇ ପିଲାଙ୍କ ସହ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହାସହ ମୃତା ମହିଳାଙ୍କର ସ୍ୱାମିଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଲାଲବାଗ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ତଦନ୍ତରୁ ଜଣାପଡିଛି ଯେ ପାରିବାରକ କଳହରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News