Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଟଣା ରେ JMFC କୋର୍ଟ ହେବା ନିଶ୍ଚିନ୍ତ ହୋଇଛି

ପାଟଣା ରେ JMFC କୋର୍ଟ ହେବା ନିଶ୍ଚିନ୍ତ ହୋଇଛି

କେନ୍ଦୁଝର ଜିଲ୍ଲା, ପାଟଣା ବ୍ଲକ, ର ବଡ଼ପାଟଣା ଗ୍ରାମ ପଂଚାୟତ ର ପୁଟୁଳିଆ ଗ୍ରାମରେ, JMFC କୋର୍ଟ ହେବାର ପ୍ରତିଶୃତି ଲୋକଙ୍କ ସରକାର ଦେଇଥିଲେ |ଯାହା ଆଜି 11.04.2026 ଉଛେଦ କାମ ଆରମ୍ଭ ହୋଇଛି |ଏଥିରେ ନିରାକାର ମହାନ୍ତ, ଅଭି ମହାନ୍ତ ଙ୍କ ଘର, ଏବଂ ଅର୍ଜୁନ ମହାନ୍ତ ଙ୍କ ବ୍ରୟଲର ଫାର୍ମ କୁ ଜେସିବି ଦ୍ୱାରା ଭଙ୍ଗା ଯାଇ ଉଛେଦ କରାଯାଇଛି |ଏଥିରେ ଉତେଜନା ଲାଗିରହିଛି ଏଥି ପାଇଁ,ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି |

ଏହି ଉଛେଦ କାର୍ଯ୍ୟ ରେ, ମାଜିଷ୍ଟ୍ରେଟ ଭାବେ ଅତରିକ୍ତ ତହସିଲ ଦାର, ଶ୍ରୀ ରବିଶଙ୍କର ହେମରମ, ପାଟଣା ତହସିଲ ଦାର ଶ୍ରୀ ଅଶ୍ୱନୀ କୁମାର ନାୟକ, ଅତିରିକ୍ତ ତହସିଲ ଦାର, ଶ୍ରୀ ଶରଣ କୁମାର ଜେନା, ପାଟଣା ଥାନାଧିକାରୀ ଶ୍ରୀ କିରଣ ପ୍ରସାଦ ସାହୁ ଉପସ୍ଥିତ ରହି ଉଛେଦ କାର୍ଯ୍ୟ କୁ ସୁରୁଖୁରୁରେ ଶେଷ କରିଥିଲେ |ପ୍ରକାଶ ଥାଉକି ଯାହା ଅନେକ ଦିନର ଅଂଚଳ ବାସୀଙ୍କ ର JMFC କୋର୍ଟ ର ସ୍ବପ୍ନ ଆଜି ସତ ହୋଇଛି | ଏଥିପାଇଁ ଲୋକଙ୍କ ସରକାର, ଲୋକଙ୍କ ମୁଖ୍ୟ ମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଏବଂ ବିଧାୟକ ଶ୍ରୀ ଯୁକ୍ତ ଅଖିଳ ଚରଣ ନାୟକ, ଏବଂ MP. ଶ୍ରୀ ଯୁକ୍ତ ଅନନ୍ତ ଚରଣ ନାୟକ ଙ୍କୁ ଜନସାଧାରଣ ପ୍ରଶଂସା କରିଛନ୍ତି |

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News