Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫେସ୍‌ବୁକ୍‌ରେ ମହିଳା ହୋଇ ଲୁଟୁଥିଲେ, ଧରାପଡିଲେ ଯୁବକ

ଫେସ୍‌ବୁକ୍‌ରେ ମହିଳା ହୋଇ ଲୁଟୁଥିଲେ, ଧରାପଡିଲେ ଯୁବକ

କୋରାପୁଟ: ଫେସବୁକରେ ସୁନ୍ଦର ଯୁବତୀଙ୍କ ଡିପି (ପ୍ରୋଫାଇଲ୍‌ ଫଟୋ) ଲଗାଇ ନିଜକୁ ଯୁବତୀ ଭାବେ ଉପସ୍ଥାପିତ କରୁଥିଲେ। ଯୁବକ ଓ ପୁରୁଷଙ୍କ ସହ ମନଲୋଭା ଚାଟିଂ କରୁଥିଲା। ବନ୍ଧୁତା ସୃଷ୍ଟି କରି କେତେବେଳେ ବ୍ଲାକ୍‌ମେଲ୍‌ କରି ତ କେତେବେଳେ ଟ୍ରେଡିଂ ବ୍ୟବସାୟ ନାମରେ ଟଙ୍କା ଲୁଟୁଥିଲା। ଏଭଳି ଜଣେ ଯୁବକଙ୍କ ନିକଟରୁ ୨୦.୫ ଲକ୍ଷ ଟଙ୍କା ଲୁଟିବା ଘଟଣାରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି।

ଠକାମିର ଶିକାର ହୋଇଥିବା କୋରାପୁଟ ଜିଲ୍ଲା ଜୟପୁର ପାୱାର ହାଉସ କଲୋନିରେ ରହୁଥିବା ରାଜେଶ ପାତ୍ର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତିରେ ପୁଲିସ ତଦନ୍ତ କରି ଆନ୍ଧ୍ର ସାଲୁରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି। ଆଜି ଏ ନେଇ ସମସ୍ତ ଘଟଣା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି କୋରାପୁଟ ସାଇବର ଥାନା ଡିଏସପି ଭବାନୀ ପ୍ରଧାନ।
ମିଳିଥିବା ସୂଚନା ଅନୁଯାୟୀ, ରାଜେଶ ପାତ୍ର ଜୟପୁର ମାରୁତି ସୋ'ରୁମ୍‌ ରେ ଏକାଉଂଟ୍‌ ମେନେଜର ଭାବେ କାର୍ଯ୍ୟ କରୁଛନ୍ତି। ଗତ ଜାନୁଆରି ମାସରେ ରାଜେଶଙ୍କ ନିକଟକୁ ସଞ୍ଜନାଶ୍ରୀ ନାମରେ ଫେସବୁକ୍‌ରେ ବନ୍ଧୁତା ଅନୁରୋଧ ଆସିଥିଲା। ବନ୍ଧୁତାକୁ ଗ୍ରହଣ କରିବା ପରେ ୱାଟସ୍‌ ଅପ୍‌ ମାଧ୍ୟମରେ ଚାଟିଂ ଆରମ୍ଭ ହୋଇଥିଲା। ସେ ନିଜକୁ ବାଙ୍ଗାଲୁର ସ୍ଥିତ ଜେନେରାଲ୍‌ କମ୍ପାନିର ଜଣେ ଆର୍‌କିଟେକ ଡିଜାଇନର ଭାବେ କାର୍ଯ୍ୟ କରୁଥିବା ଏବଂ ଟ୍ରେଡିଂ ବ୍ୟବସାୟ କରି ଭଲ ରୋଜଗାର ହେଉଥିବା ନେଇ ବିଶ୍ୱାସ ଜନ୍ମାଇଥିଲେ। ରାଜେଶଙ୍କୁ ଟ୍ରେଡିଂରେ ଅର୍ଥ ଲଗାଇ ଉଚ୍ଚ ଲାଭ ଉଠାଇବା ପାଇଁ ପ୍ରବର୍ତାଇଥିଲେ। ତାଙ୍କ କଥାରେ ପଡି ଗତ ଫେବୃଆରି ମାସରେ ୪ଟି ଭିନ୍ନ ଭିନ୍ନ ଏକାଉଂଟରେ ୨୦.୫୦ ଲକ୍ଷ ଟଙ୍କା ପଠାଇଥିଲେ।

ବୃଦ୍ଧି ପାଉଛି ବାଲ୍ୟ ବିବାହ:…

ଚାଜ୍‌ସିଟ୍‌ ଦାଖଲ ଗଡାଇବା ଘଟଣା

ଅନିଲଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ

ସବ୍‌ ଟ୍ରେଜେରିରୁ ୫ ବର୍ଷରେ…

ଏହି ଟଙ୍କା ପଠାଇବା ପରେ, ତାଙ୍କୁ ସମସ୍ତ ଅନଲାଇନ୍‌ ପ୍ଲାଟଫର୍ମରେ ଅବରୋଧ କରାଯାଇଥିଲା। ପରେ ଉକ୍ତ ୱାଟସ୍‌ ଅପ୍‌ ନମ୍ବରରୁ ଦେବନାଥଙ୍କ ନାମରେ କିଛି ଧମକପୂର୍ଣ୍ଣ ମେସେଜ ପାଇଥିଲେ ଯେଉଁଥିରେ ସେ ସେହି ମହିଳାଙ୍କ ସ୍ୱାମୀ ବୋଲି ଦାବି କରିଥିଲେ। ରାଜେଶଙ୍କ ନାମରେ ଥାନାରେ ଏତଲା ଦେବା ପାଇଁ କହି ଧମକ ଦେଇଥିଲେ। ତା'ପରେ ସେ ତୁରନ୍ତ ତାଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ ଜଣାଇବା ସହ ସେ ଅନୁଭବ କରିଥିଲେ, ସେ ସାଇବର ଠକେଇ/ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି।

ଅନ୍ୟ କୌଣସି ଉପାୟ ନପାଇ କୋରାପୁଟ ସାଇବର ଥାନାରେ ଗତ ଏପ୍ରୀଲ ୧୪ ତାରିଖରେ ଦ୍ୱାରସ୍ଥ ହୋଇଥିଲେ। କୋରାପୁଟ ସାଇବର ଥାନା ପକ୍ଷରୁ ଏକ ମାମଲା କେସ ନଂ ୫/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ସାଇବର ପୁଲିସର ତଦନ୍ତରୁ ଜଣାପଡିଥିଲା ଯେ ରାଜେଶ ଯେଉଁ ଟଙ୍କା ପଠାଇଛନ୍ତି ସେଥି ରେ ଆନ୍ଧ୍ରର ସାଲୁରର ସିଦାପାରୁ ତେମେୟାଙ୍କ ଏକ୍ସିସ୍‌ ବ୍ୟାଙ୍କ ଏକାଉଂଟକୁ ୭.୫୦ ଲକ୍ଷ ଟଙ୍କା ଯାଇଥିଲା। ଅନ୍ୟ ଟଙ୍କା ହାଇଦ୍ରାବାଦ, ଗୁଜରାଟ ଓ ମୁମ୍ବାଇର ୩ଟି ବିଭିନ୍ନ ଏକାଉଂଟକୁ ପଠାଇଥିବା ଜଣାପଡିଥିଲା। ସାଇବର ପୁଲିସ ସାଲୁରର ଏହି ଏକାଉଂଟ୍‌ ନଂରୁ ମୋବାଇଲ ନଂକୁ ଟ୍ରାକିଂ କରି ସିଦାପାରୁ ତେମେୟାଙ୍କ ନିକଟରେ ପହଞ୍ଚିଥିଲା।

ଏସ୍‌ ତେମେୟାଙ୍କ ଏକାଉଂଟକୁ ଯାଇଥିବା ମୋଟ ଟଙ୍କା ମଧ୍ୟରୁ ସେ ଏଟିଏମ ଓ ଚେକ୍‌ ମାଧ୍ୟମରେ ୭.୪୦ ଲକ୍ଷ ଟଙ୍କା ଉଠାଇଥିବା ଜଣାପଡିଥିଲା। ଏସ୍‌ ତେମେୟା ସାଲୁରର ଏକ ଗ୍ରାମୀଣ ବ୍ୟାଙ୍କରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତେମେୟାକୁ ଉଠାଇ ଆଣି ପଚରା ଉଚରା କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।
ଠକେଇ ହୋଇଥିବା ୨୦.୫୦ ଲକ୍ଷ ମଧ୍ୟରୁ ୪ ଟଙ୍କା ଟଙ୍କା ରାଜେଶଙ୍କ ଏକାଉଂଟକୁ ଆସିଯାଇଥିବା ବେଳେ ୧୨.୪୬ ଲକ୍ଷ ଟଙ୍କା ହୋଲଡ କରାଯାଇଥିଲା।
ଏହି ଟଙ୍କା ଆଗାମୀ ସୋମବାର ଦିନ ସୁଦ୍ଧା ରାଜେଶଙ୍କ ଏକାଉଂଟକୁ ଚାଲି ଆସିବ ବୋଲି ଡିଏସପି ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News