Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପିଲାଙ୍କୁ ବିପଦ ନୂଆ କୋଭିଡ୍‌ ଭୂତାଣୁ 'ସିକାଡା'

ପିଲାଙ୍କୁ ବିପଦ ନୂଆ କୋଭିଡ୍‌ ଭୂତାଣୁ 'ସିକାଡା'

କୋଭିଡ୍‌-୧୯ ଭୂତାଣୁର ଏକ ଅତ୍ୟନ୍ତ ପରିବର୍ତିତ ପ୍ରକାର ଏବେ ପିଲାଙ୍କୁ ପ୍ରଭାବିତ କରୁଛି। ତେବେ ବୈଜ୍ଞାନିକମାନେ କହୁଛନ୍ତି, ଏହା ପିଲା କିମ୍ବା ବୟସ୍କଙ୍କ ମଧ୍ୟରେ ଅଧିକ ଗମ୍ଭୀର ରୋଗର କାରଣ ହେଉନି। ବିଶେଷଜ୍ଞ କହୁଛନ୍ତି, କୋଭିଡ୍‌ ଭୂତାଣୁ ଯେଉଁଭଳି ଭାବେ ମୁଖ୍ୟତଃ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆକ୍ରମକ ଥିଲା, ତାହା ଏବେ ନିଜର ଧାରାକୁ ଭାଙ୍ଗିଛି।

ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ସର୍ବଦା ବିକାଶ ଜାରି ରଖିଥିବା ଏହି ଭୂତାଣୁର ବ୍ୟବହାରକୁ ବୈଜ୍ଞାନିକମାନେ ଉତମ ରୂପେ ଅନୁମାନ କରିବା ପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ।

ଯଦିଓ କୋଭିଡ୍‌-୧୯ ଏବେ ଅତ୍ୟନ୍ତ ନିମ୍ନ ସ୍ତରରେ ବ୍ୟାପୁଛି, ଆମେରିକା ଏହାର ଓମିକ୍ରନ୍‌ ଶାଖା ସହ ଲଢେ଼ଇ ଆରମ୍ଭ କରିଛି । ଏହି ପ୍ରକାର 'ବିଏ. ୩.୨' ନାମରେ ପରିଚିତ। ଏହାକୁ 'ସିକାଡା' ଭାବେ ନାମିତ କରାଯାଇଛି। ଦୀର୍ଘ ବର୍ଷ ଧରି ମାଟିତଳେ ଉଭାନ୍‌ ହେବା ପରେ ପୁନଃ ଦୃଶ୍ୟମାନ ହେଉଥିବା କୀଟର ସାମର୍ଥ୍ୟକୁ ଲକ୍ଷ୍ୟ କରି ଭୂତାଣୁକୁ ଏହି ନାମ ଦିଆଯାଇଛି ।

ଭୂତଙ୍କ ଗାଁ: କୁଲଧାରା

ୟୁଏସ୍‌ ସେଂଟର୍ସ ଫର୍‌ ଡିଜିଜ୍‌ କଂଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ସନ ଅନୁସାରେ, ୨୩ ଦେଶରେ ଏହି ଭୂତାଣୁର ପ୍ରକାର ଚିହ୍ନଟ ହୋଇଛି। ଆମେରିକାର ୨୫ଟି ରାଜ୍ୟର ବର୍ଜ୍ୟଜଳରେ ମଧ୍ୟ ଏହି ଭୂତାଣୁ ମିଳିଛି। ଆମେରିକାରେ ଏହା ନିମ୍ନ ହାରରେ ବ୍ୟାପୁଥିବା ମନେହେଉଛି। କୋଭିଡ୍‌ ମହାମାରୀ ସମୟ ଭଳି ପରୀକ୍ଷଣ ହାର ଧିମା ହୋଇଥିବାରୁ ଏହାର ଭୟାବହତା ଜଣାପଡୁନି। ଏହା ତା'ଠୁ ଅଧିକ ହାରରେ ବ୍ୟାପୁ ଥାଇପାରେ। ବର୍ତମାନ ଉପଲବ୍ଧ ଟିକା କିଛି ମାତ୍ରାରେ ସୁରକ୍ଷା ପ୍ରଦାନ କରୁଛି।

ବୈଜ୍ଞାନିକଙ୍କ ଅନୁସାରେ, ନୂଆ ଭୂତାଣୁ ପ୍ରକାର ଯେତିକି ସମସ୍ୟା ଉତ୍ପନ୍ନ କରୁଛି, ସେହି ହାରରେ ଏହା ବିରୋଧରେ ଶକ୍ତିଶାଳୀ ଟିକାର ବିକାଶ ଆବଶ୍ୟକ କି ନାହିଁ ତାହା ସ୍ପଷ୍ଟ ହୋଇନି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News