Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୋଡୁଚାଷୀ ପଦା କରୁଛନ୍ତି ଗୁପ୍ତେଶ୍ୱର ଜଙ୍ଗଲ

ପୋଡୁଚାଷୀ ପଦା କରୁଛନ୍ତି ଗୁପ୍ତେଶ୍ୱର ଜଙ୍ଗଲ

ବୈପାରିଗୁଡା: ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ବନାଂଚଳ ଅଧୀନସ୍ଥ ତାଲୁର ଓ ଶିରିବେଡା ଜଙ୍ଗଲରେ କିଛି ଦିନ ହେଲା ବିଚଳିତ କରିଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଅବାଧ ଗଛକଟା ଚାଲିଛି, ତା' ସହିତ ଆଗେଇଛି ପୋଡୁଚାଷ। ନିଆଁ ଲଗାଇ ଜଙ୍ଗଲକୁ ପଦା କରାଯାଉଛି। ଟାଙ୍ଗରା ହୋଇଗଲାଣି ଗୁପ୍ତେଶ୍ୱର ଜଙ୍ଗଲ।

ରଥ ନିର୍ମାଣରେ ନିୟୋଜିତ ୭୮ ମହାରଣା

କଣାସରେ ଯୁବକଙ୍କୁ ହାଣି ବୁଲେଟ୍‌…

ସହରାଂଚଳ ବନ୍ୟା ମୁକାବିଲା କରିବ…

ଏହି ଜଙ୍ଗଲ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ହରାଇବାର ଆଶଙ୍କା ପ୍ରକାଶ ପାଇଛି। ଗୁପ୍ତେଶ୍ୱର ଜଙ୍ଗଲର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ରକ୍ଷଣାବେକ୍ଷଣ ପ୍ରତି ଆଦୌ ଧ୍ୟାନ ଦେଉନି ବନ ବିଭାଗ। ଶହଶହ ଗଛ କଟା ଯାଉଥିବା ବେଳେ ପୋଡୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଛି। ସରକାରଙ୍କ ପକ୍ଷରୁ ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବବିବିଧତା ଐତିହ୍ୟସ୍ଥଳ ରୂପେ ଚୟନ କରାଯାଇଥିଲା। ବିଭିନ୍ନ ଔଷଧୀୟ ବୃକ୍ଷ ରହିଥିବାରୁ ଏହାର ସଂରକ୍ଷଣ ନିମନ୍ତେ ଜୈବ ବିବିଧତା କେନ୍ଦ୍ରୀୟ ଟିମ୍‌ ଗୁପ୍ତେଶ୍ୱର ଜଙ୍ଗଲ ବୁଲି ଦେଖିଥିଲେ। ସମସ୍ତ ମାନଦଣ୍ଡକୁ ଏହି ଜଙ୍ଗଲ ପୂରଣ କରୁଥିବାରୁ ଜୈବ ବିବିଧତା ଐତିହ୍ୟସ୍ଥଳ ରୂପେ ମାନ୍ୟତା ଦିଆଯାଇଥିଲା। କିନ୍ତୁ ବନ ବିଭାଗର ଅବହେଳା ଯୋଗୁଁ କ୍ଷୟ ହେବାରେ ଲାଗିଛି ଏହି ପ୍ରାକୃତିକ ତଥା ବନସ୍ପତିରେ ଭରପୂର ଜଙ୍ଗଲ। ଏହାଛଡ଼ା ପୋଡୁଚାଷ ପାଇଁ କିଛି ଲୋକ ଗଛରେ ନିଆଁ ଲଗାଇ ଦେଉଛନ୍ତି। ବନ ବିଭାଗର ଉଦାସୀନତା ତଥା ଅବହେଳା ଯୋଗୁଁ ଗୁପ୍ତେଶ୍ୱର ଜଙ୍ଗଲ ମରୁଭୂମି ପାଲଟିଯିବ। ଶହ ଶହ ଗଛ କଟା ହେଉଥିଲେ ମଧ୍ୟ ଅଳ୍ପ କିଛି କାଠ ମାଫିଆଙ୍କଠାରୁ କାଠପଟା ଓ ସାଇକଲ ଜବତ କରାଯାଉଛି। ଏଭଳି ଗଛକଟାକୁ ନେଇ ଗୁପ୍ତେଶ୍ୱର ବନାଂଚଳ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ତୁରନ୍ତ ପଦକ୍ଷେପ ନିଆ ନଗଲେ ଗୁପ୍ତେଶ୍ୱର ଜଙ୍ଗଲ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ହରାଇବ ବୋଲି ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News