Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଲିସ ଏସ୍‌ଆଇ ପରୀକ୍ଷା ସ୍କାମ୍‌ ମାମଲା

ପୁଲିସ ଏସ୍‌ଆଇ ପରୀକ୍ଷା ସ୍କାମ୍‌ ମାମଲା

ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆକ୍ସନ୍ ମୋଡ୍‌ରେ ଆସିଛି ଇଡି। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ପୈତୃକ ଘର ସମେତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ। ବିଭିନ୍ନ ଠିକଣାରେ ରେଡ୍ ଚାଲିଥିବାବେଳେ ସୁରକ୍ଷା ପାଇଁ ସିଆର୍‌ପିଏଫ୍ ମୁତୟନ ହୋଇଛନ୍ତି।

ପୁଲିସ ଏସ୍ଆଇ ପରୀକ୍ଷା ର ପ୍ରଶ୍ନ ପତ୍ର ଲିକ ନେଇ ବଡ ଖୁଲାସା। ପ୍ରାୟତଃ ପଚିଶ ହଜାର ପିଲା ଙ୍କ ଠାରୁ ଟଙ୍କା ଆଦାୟ। ଯାହାଙ୍କ ପାଖରେ ଗୋଟେ ବି ଟଙ୍କା ନଥିଲା। ତାଙ୍କ ପାଖରେ ଏବେ କୋଟି କୋଟି ଟଙ୍କା ।

ସୂଚନା ଅନୁଯାୟୀ, ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ କରି ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । କୋଟି କୋଟି ଟଙ୍କାର ଆର୍ଥିକ କାରବାର ସାମ୍ନାକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ କେଉଁ କେଉଁ ତଥ୍ୟ ହାତକୁ ଆସୁଛି, ତାହା ଉପରେ ନଜର ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News