Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଲିସଙ୍କୁ ଗାଳିଗୁଲଜ କରି ଯୁବକ ଗିରଫ

ପୁଲିସଙ୍କୁ ଗାଳିଗୁଲଜ କରି ଯୁବକ ଗିରଫ

ଦଳା: ଥାନାରେ ପଶି ପୁଲିସକୁ ଗାଳିଗୁଲଜ କରିବା ଓ ହତ୍ୟା ଧମକ ଦେବା ସାଧାରଣ ଲୋକଙ୍କ କାମ ନୁହେଁ। ମହିଳା ଥାନା ଅଧିକାରୀଙ୍କୁ ଅସଦାଚରଣ କରିବାର ଦୁଃସାହସ ରଖିଥିବା ଯୁବକ ଜଣକ ଭାରି ଭଦ୍ରଲୋକ ହୋଇ କପ୍ତିପଦା ଥାନାକୁ ଆସିଲେ। ଯୁବକଙ୍କ ନାମ ଦୀପକ ସିଂ। ଘର ବାଲେଶ୍ୱର ଜିଲ୍ଲାର ଧରମପୁର ଅଂଚଳରେ। ଥାନା ଅଧିକାରିଣୀ ଓ ତାଙ୍କ ଟିମ୍‌ ଥାନାରେ ବସିଥିଲା ବେଳେ ପଶିଗଲେ, ଖରାପ ଭାଷାରେ ଗାଳିଗୁଲଜ କଲେ।

ହଙ୍ଗାମା କଲେ। ପୁଲିସ କର୍ମଚାରୀଙ୍କୁ ହତ୍ୟା ଧମକ ଦେଲେ। ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ପୁଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଧରିଛନ୍ତି। ନାନା ମାମଲାରେ ଛନ୍ଦି ଗିରଫ କରିଛନ୍ତି। ଯୁବକ ଜଣକ ଉଦ୍ଦେଶ୍ୟ ମୂଳକ ଭାବେ ଏପରି ଆଚରଣ କରିଛନ୍ତି କି ମାନସିକ ଅବସାଦର ଶିକାର ହୋଇଛନ୍ତି। ତାହା ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News