Dailyhunt
ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ପଖୱାଡା ଅଭିଯାନ

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ପଖୱାଡା ଅଭିଯାନ

ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା ବୈଶିଷ୍ଟ୍ୟ କୁ ଆଧାରକରି ଭାରତୀୟ ରେଳ 14 ସେପ୍ଟେମ୍ବରରୁ 1 ଅକ୍ଟୋବର 2024 ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା ପଖୱାଡା ଅଭିଯାନ ପାଳନ କରୁଥିବା ବେଳେ ଅକ୍ଟୋବର 2 ରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ ଉତ୍ସବକୁ ସ୍ୱଚ୍ଛ ଭାରତ ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛି | ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେଇ ସ୍ୱଚ୍ଛତା ହିଁ ସେବା ପଖୱାଡା ଆରମ୍ଭ କରିଛି |

ନୂଆଦିଲ୍ଲୀରୁ ଏହି ଅଭିଯାନ ଆରମ୍ଭ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରେଳ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର କହିଛନ୍ତି ଯେ ଏହି ଅଭିଯାନ ସାମୂହିକ କାର୍ଯ୍ୟ ତଥା ସ୍ୱଚ୍ଛତା ପ୍ରୟାସରେ ବ୍ୟାପକ ଭାବେ ନାଗରିକଙ୍କ ଯୋଗଦାନକୁ ପ୍ରେରଣା ଯୋଗାଇବ | ଏହି ପଦକ୍ଷେପ ସମସ୍ତ ନାଗରିକ, ସହଭାଗୀ ଏବଂ ଅଂଶୀଦାରମାନଙ୍କୁ ଏକ ସ୍ୱଚ୍ଛ, ସବୁଜ ଭାରତ ନିର୍ମାଣ କରିବାରେ ସକ୍ରିୟ ଭାବରେ ଜଡିତ ହେବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଅଛି |

ପୂର୍ବାଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି…

୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ମେକ୍‌ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି…

୨୦୨୪' ଅଧୀନରେ ବୟନ ମନ୍ତ୍ରଣାଳୟ…

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ମହେସ କୁମାର ବେହେରା, ରେଳପଥର ମୁଖ୍ୟାଳୟ ରେଳ ସଦନ, ଭୁବନେଶ୍ୱରର ଠାରେ ମୁଖ୍ୟାଳୟର କର୍ମଚାରୀମାନଙ୍କୁ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଇଛନ୍ତି | ସ୍ୱଚ୍ଛତା ସମ୍ବନ୍ଧରେ ମହାତ୍ମା ଗାନ୍ଧୀଙ୍କ ଏକ ସୁନ୍ଦର ଏବଂ ପରିଷ୍କାର ରାଷ୍ଟ୍ର ପାଇଁ ଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ 100 ଲୋକଙ୍କୁ ପ୍ରତିବର୍ଷ 100 ଘଣ୍ଟା ସ୍ୱଚ୍ଛତା ପାଇଁ ଉତ୍ସର୍ଗ କରିବାକୁ ନିଜ ପରିବାର, ନିଜ ନିଜ ଅଞ୍ଚଳ, କର୍ମକ୍ଷେତ୍ର ମାନଙ୍କରେ ଶ୍ରମଦାନ କରି ସ୍ୱଚ୍ଛତା ଅଭିଯାନକୁ ସାକାର କରାଇବାକୁ କର୍ମଚାରୀ ମାନେ ଶପଥ ନେଇଥିଲେ |

ସ୍ୱଚ୍ଛତା ହିଁ ସେବା ପଖୱାଡାକୁ ବ୍ୟାପକ କରାଇବା ପାଇଁ ରେଳ ଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ଭାଗିଦାରୀ/ହିତାଧିକାରୀ ଇତ୍ୟାଦି ମାନଙ୍କ ସହିତ ଜଡିତ ହୋଇ ପୂର୍ବ ତଟ ରେଳପଥ ସ୍ୱଚ୍ଛତା ପଖୱାଡା ସମୟରେ ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ବ୍ୟାପକ କରାଇଅଛି | ପରିଷ୍କାର ପରିଚ୍ଛନ୍ନତା, ଏଣେତେଣେ ଆବର୍ଜନା ନଫିଙ୍ଗିବା, ଅନ୍-ବୋର୍ଡ ସମୟରେ ପରିଷ୍କାର ପରିଚ୍ଛନ୍ନତା, ୱାଶିଂ ଲାଇନରେ ପରିଷ୍କାର ପରିଚ୍ଛନ୍ନତା, ରେଲୱେ ୟାର୍ଡ, ଟ୍ରାକରେ, କାର୍ଯ୍ୟକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା, ପରିବେଷିତ ଖାଦ୍ୟର ଗୁଣବତ୍ତା ଉପରେ ଯାତ୍ରୀଙ୍କ ମତାମତ, ଜଳ ଯୋଗାଣ ଉତ୍ସ ସହିତ ଜଳ ସ୍ଥାପନରେ ସ୍ୱଚ୍ଛତା, ଷ୍ଟେସନରେ ପାନୀୟ ଜଳ ପାଇଁ ଜଳ ଟ୍ୟାପ୍ ଏବଂ ଜଳର ଉପଲବ୍ଧତା; ରେଳ ଷ୍ଟେସନ, କୋଚିଂ ଡିପୋ, ଟ୍ରେନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଟଏଲେଟ୍ ବ୍ଳକେଜ ଗୁଡିକର ସ୍ୱଚ୍ଛତା ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପଖୱାଡା ସମୟରେ ପେଣ୍ଟିଂ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରି ପ୍ରୋତ୍ସାହିତ କରାଯିବାକୁ ବିଶେଷ ଭବେ ପଦକ୍ଷେପ ଗ୍ରହଣ କରାଯାଇଅଛି |

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News