Dailyhunt
ସବୁ ସାମଗ୍ରୀ ମହଜୁଦ ଅଛି, ଚିନ୍ତା ନାହିଁ

ସବୁ ସାମଗ୍ରୀ ମହଜୁଦ ଅଛି, ଚିନ୍ତା ନାହିଁ

ଭୁବନେଶ୍ୱର: ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ସରକାରଙ୍କ ପକ୍ଷରୁ ସମୀକ୍ଷା ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନାନୁସାରେ, ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି। ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡିକର କଳାବଜାରୀ ନହୁଏ, ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟବ୍ୟାପୀ ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରବିଋତୁ ଚାଷ ପାଇଁ ଯଥେଷ୍ଟ ସାର ମହଜୁଦ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏ ସମସ୍ୟା ବିଷୟରେ ରାଜ୍ୟବାସୀ ଯେପରି ଆତଙ୍କିତ ନହୁଅନ୍ତି, ସେଥିପ୍ରତି ସରକାରୀସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଅଟଳ ବିହାରୀ ବାଜପେୟୀ ଦୁଃସାହସିକ…

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ…

ଗୋଲାପ ଫୁଲସଭା

ଓଡିଆ ନାଟକ ଭବିଷ୍ୟତ ଅନ୍ଧକାର!

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ପେଟ୍ରୋଲିୟମ ସାମଗ୍ରୀ ତଥା ଏଲ୍‌.ଏନ୍‌.ଜି ପାଇଁ ଭାରତ ବିଭିନ୍ନ ଗଲ୍‌ଫ ଦେଶମାନଙ୍କ ଉପରେ ନିର୍ଭର କରିଥାଏ। ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପେଟ୍ରୋଲ ଓ ଏଲ୍‌.ପି.ଜି ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଏ ସବୁ ସାମଗ୍ରୀର ଉପଲବ୍‌ଧତା ଓ ବଂଟନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ।

ସମସ୍ତ ଜିନିଷ ପ୍ରଚୁର ମାତ୍ରାରେ ବଜାରେ ଉପଲବ୍ଧ ରହିଛି। ସରକାରଙ୍କ ପାଖରେ ମଧ୍ୟ ପର୍ଯ୍ୟାପ୍ତ ଶସ୍ୟ ରହିଛି। ତେଣୁ କୌଣସି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ଜିନିଷ କିଣି ମହଜୁଦ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘର ସଚିବ ପ୍ରବୀଣ ଖଣ୍ଡେଲୱାଲ ଓ ଜାତୀୟ ଅଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲଙ୍କ ଆହ୍ୱାନକୁ ସମର୍ଥନ କରି ସେ କହିଛନ୍ତି ଯେ ଏହି ସଙ୍କଟ ସମୟରେ ଦେଶର ସମସ୍ତ ବ୍ୟବସାୟୀ ଭାରତୀୟ ସେନା ସହ ଠିଆ ହୋଇଛି।

ବ୍ୟବସାୟୀମାନେ ଅର୍ଥନୀତିରେ ସେନାର ଭୂମିକା ନିର୍ବାହ କରିବେ। କୌଣସି ପରିସ୍ଥିତିରେ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ବଜାର ସମ୍ପର୍କିତ ନିଷ୍ପତି ନେବାରୁ ବିରତ ରହିବା ଓ ସରକାରୀ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ସେ ରାଜ୍ୟର ବ୍ୟବସାୟୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News