Dailyhunt
ସହୀଦ ଦିବସ ପାଳନ

ସହୀଦ ଦିବସ ପାଳନ

ବାଙ୍ଗ୍ରିପୋଷି :- ମାଇଁ ଭାରତ (ମେରା ୟୁବ ଭାରତ) ମୟୂରଭଂଜ ବାରିପଦାଙ୍କ ଆନୁକୂଲ୍ୟରେ ବାଙ୍ଗ୍ରିପୋଷି ବ୍ଲକର ମ୍ୟାନେଜମେନଟ୍‌ ଏଣ୍ଡ୍‌ ରୁରାଲ ଡେଭଲ୍ଲପମେଣନଟ କାଇନସିଲ, ରାଧାକୃଷ୍ଣ ମହିଳା କ୍ଲବ କଣ୍‌ଟାପାଳ ଏବଂ ହେପି ଫେରେଣ୍ଡସିପ କ୍ଲବ, ଜାମଦାପାଳ ମିଳିତରେ ଶହୀଦ ଦିବସ ପାଳନ କରାଯାଇଅଛି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ…

ମଧ୍ୟସ୍ଥିମୁକ୍ତ ବଜାର ଦିଗରେ…

ଗରିବଙ୍କ ଘର ଉପରେ ମାଡ଼ିଲା…

କାର୍ଯ୍ୟକ୍ରମ ଅବସରରେ ପ୍ରଥମେ କଣଟାପାଳ ଗ୍ରାମର ମହିଳା ସଂୟସହାୟୀକ ଗୋଷ୍ଟିର ମହିଳାମାନଙ୍କର ଉଦମରେ ଓ ଛାତ୍ର,ଛାତ୍ରୀମାନଙ୍କନେଇ ମିଟିଙ୍ଗ୍‌ ଆଲୋଚନା ଏବଂ ଗ୍ରାମରେ ପଦଯାତ୍ରା ସହିତ ଗା: ରାସ୍ତାକୁ ସଫେଇ କରାଯାଇଥିଲା ଏହା ସହିତ ବାଙ୍ଗ୍ରିପୋଷି ଗୋଷ୍ଟିସ୍ୱାସ୍ଥ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ ସହିତ ଉପସ୍ଥିତ ରୋଗୀ ଓ ଜନସାଧାରଣ ଏବଂ ଆଶାକର୍ମୀମାନଙ୍କୁ ଶହୀଦ ବିରପୁରୁଷମାନଙ୍କୁ ମନେପକାଇବାକୁ ଯାଇ କାର୍ଯ୍ୟକ୍ରମ ମାଧ୍ୟରେ ଏ.ମିଲୋନ କଚିଙ୍ଗ୍‌ ସେଣର ଠାରେ ଛାତ୍ର,ଛାତ୍ରୀମାନଙ୍କର ଏକ ଡିବେଟ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ବିଜେତା ଛାତ୍ର,ଛାତ୍ରୀମାଙ୍କୁ ମାନପତ୍ର ସହିତ ପୁରଷ୍କାର ପ୍ରଦାନ କରାଯାଇଥିଲା ,ପୁରଷ୍କାର ଲାଭ କରିଥିବା ପ୍ରଥମରେ-ସଗ୍ରାମ କୁମାର ମାର୍ଣ୍ଣି ସା-ଯୋକା,ଦ୍ୱିତୀୟ-ପ୍ରକାଶ ସିଂ ସା-କ୍ରୀପାଦୁମା,ତୃତୀୟ-ରବିନ୍ଦ୍ର ହାଁସଦାଃ ସା-କମଲପୁର ଅଟେ। କଚିଙ୍ଗ୍‌ ସେଟଂର କଲ୍ୟାଣ ଚନ୍ଦ୍ର ସୋରେନ ମୂଖ୍ୟ ଅତିଥି ଭବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରଚାଳନା କରି ପୁରଷ୍କାର ପ୍ରଦାନ କରିଥିଲେ ଏବଂ ସଂଙ୍କର ମୁର୍ମୁ,ଶିକ୍ଷତ୍ରୀ ପାର୍ବତୀ ମୁର୍ମୁ,ଶିବାନୀ ମୁର୍ମୁ ଓ ଛିତା ସୋରେନ ଉପସ୍ଥିତ ଥିଲେ,କନଟାପାଳ ମହିଳା କ୍ଲବ ତରଫରୁ ଚନ୍ଦ୍ରିକା ନାଏକ ପୂର୍ବତନ ସରପଞ୍ଚ ସବିତା ନାଏକ,ସୁବର୍ଣ୍ଣ ନାଏକ, ରାନୁ ନାଏକ, ରବିନ୍ଦ ନାଏକ,ଉପେନ୍ଦ୍ର ନାଏକ,ଆଶା ଦିଦି ମିନା ପାତ୍ର,ରବି ମହାନ୍ତ,କଲ୍ୟାଣୀ ନାଏକ,ସରସ୍ୱତି ଗିରି, ନିରାମଣୀ ନାଏକ,କାଳିଆ ମୁଖି,ଏମ.ଆର.ଡିସି, ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News