Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାମ୍ବାଦିକଙ୍କ ସୁରକ୍ଷା ଓ ପେନ୍‌ସନ୍‌କୁ ପ୍ରାଥମିକତା ଦିଆଯାଉ

ସାମ୍ବାଦିକଙ୍କ ସୁରକ୍ଷା ଓ ପେନ୍‌ସନ୍‌କୁ ପ୍ରାଥମିକତା ଦିଆଯାଉ

ଭୁବନେଶ୍ୱର: ଉକ୍ରଳ ସାମ୍ବାଦିକ ସଂଘ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ୬ ଦଫା ଦାବି ପୂରଣ ସଂପର୍କୀତ ପ୍ରତିବାଦ ସମାବେଶ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।

ବିଶେଷ କରି ସାମ୍ବାଦିକ ସୁରକ୍ଷା ଆଇନ, ପେନସନ, ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରେସ ଏକାଡେମୀ ଗଠନ, ସ୍ୱାସ୍ଥ୍ୟବୀମା ଯୋଜନାର ସମ୍ପ୍ରସାରଣ, ମୃତ୍ୟୁକାଳୀନ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ସାମ୍ବାଦିକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖାଯାଇଛି। ସ୍ମାରକପତ୍ର ପ୍ରଦାନ ପୂର୍ବରୁ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯାଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ କି ସରକାର ଯଦି ସାମ୍ବାଦିକଙ୍କ ଦାବି ପ୍ରତି ଅବହେଳା ପ୍ରଦର୍ଶନ କରନ୍ତି, ତେବେ ଖୁବଶୀଘ୍ର ବିଧାନସଭା ସମ୍ମୁଖରେ ସମଗ୍ର ରାଜ୍ୟର ସାମ୍ବାଦିକମାନେ ସମବେତ ହୋଇ ଦୃଢ ପ୍ରତିବାଦ ଜଣାଇବେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ମହାନ୍ତି, ସଂଯୋଜକ ଟୁଲୁ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ସଦସ୍ୟ ମନୋଜ କୁମାର ପ୍ରଧାନ, ଯତୀନ ଷେଣ୍ଢ, ପ୍ରକାଶ କୁମାର ସାହୁ, ସନ୍ତୋଷ ପଣ୍ଡା, ବିଶ୍ୱନାଥ ସ୍ୱାଇଁ, ସରୋଜ କୁମାର ବିଶ୍ୱାଳ, ସଞ୍ଜୟ କୁମାର ଜେନା, ମନୋଜ କୁମାର ସ୍ୱାଇଁ, ଯୋଗୀ ଗଣେଶ୍ୱର, ଦିଲୀପ କୁମାର ଓଝା ପ୍ରମୁଖ ସାମିଲ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News