Dailyhunt
SCBରେ ହଠାତ୍ ଲାଗିଲି ନିଆଁ:- ଚାହୁଁ ଚାଲିଗଲା ୧୦ ଜୀବନ

SCBରେ ହଠାତ୍ ଲାଗିଲି ନିଆଁ:- ଚାହୁଁ ଚାଲିଗଲା ୧୦ ଜୀବନ

ଟକ: ବିଳମ୍ବିତ ରାତି କଟକ ବଡ଼ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା । ଯାହାଫଳରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । କିଛି ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ତିନିଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା ।

ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ତିନୋଟି ଦମକଳ ଗାଡି ଉକ୍ତ ସ୍ଥାନରେ ପହଞ୍ଚି ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର ଉଦ୍ୟମ କରାଯାଇଥିଲା। ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଛି ।

ପ୍ରଳୟ ରଚିଲା କାଳବୈଶାଖୀ

ଆଜି ରାଜ୍ୟସଭା ଭୋଟ୍‌, ୫…

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ…

କଟକ ଏସସିବି ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡର ଘଟଣା ସ୍ଥଳ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏପରିକି ଚିକିତ୍ସାଧୀନ ରୋଗୀଙ୍କ ସହ କଥା ହୋଇଥିଲେ । ୧୦ ଜଣ ରୋଗୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା ହୋଇଛି । ଏହି ଅଘଟଣର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଗ୍ନିଶମ ଡିଜିଙ୍କୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ସ୍ବାସ୍ଥ୍ୟ ସଚିବ, କଟକ ଜିଲ୍ଲାପାଳ, କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ସଂପୂର୍ଣ୍ଣ ଆୟତ୍ତ ହୋଇ ସାରିଥିବା ସୂଚନା ରହିଛି ।

ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ଥିଲେ ୨୩ ରୋଗୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରାତି ପ୍ରାୟ ୧ଟା ୪୦ରେ ଏସସିବିରେ ସର୍ଟ ସର୍କିଟ୍ ହେଲା' 'ପ୍ରଥମେ ସର୍ଟ ସର୍କିଟ୍ ହୋଇଥିଲା ତାପରେ ପାଓ୍ବାର କଟ୍ ହୋଇଥିଲା । 'ମୋଟ୍ ୪ ଥର ପାଓ୍ବାର କଟ୍ ପରେ ସିକ୍ୟୁରିଟି ଗାର୍ଡ ମାନେ ଧାଁ ଦଉଡ କରିଥିଲେ । ସିକ୍ୟୁରିଟି ଗାର୍ଡ କହୁଥିଲେ ଉପର ମହଲାରେ ନିଆଁ ଲାଗିଛି । ନିଆଁ ଯୋଗୁଁ ଅନେକ ରୋଗୀ ଆଇସିୟୁରୁ ବାହାରି ପାରିନଥିଲେ । ସେହି ସମୟରେ କୌଣସି ଅଗ୍ନି ନିରାପତ୍ତା ଯନ୍ତ୍ର କାମ କରୁନଥିଲା ।

ତେବେ ମୃତ୍ୟୁ ହୋଇଥିବା ୧୦ ମୃତ ରୋଗୀଙ୍କ ପରିଚୟ ମିଳିଛି । ସେହି ମୃତକମାନେ ହେଉଛନ୍ତି ରମେଶ ଚନ୍ଦ୍ର ପରିଡ଼ା, ଦାର୍ଶୁ ମୁଣ୍ଡା, ଏମ୍‌ଡି ନ୍ୟୁମ୍, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ୍ ଅବଦୁଲ୍ ସତାର, ମୃତକ ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ଵାଳ, ରବୀନ୍ଦ୍ର ଦାଶ, ଚେରୁ ପରିଡ଼ା, ମେନକା ରାଉତ।କଟକ ଏସସିବି ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଫଳରେ ୧୦ ଜଣଙ୍କ ମୃତ୍ୟୁ, ୧୦ରୁ ଅଧିକ ରୋଗୀଙ୍କ ସଙ୍କଟାପନ୍ନ ଥିବା ଜଣାପଡିଛି ।

ତେବେ ମୃତ୍ୟୁ ହୋଇଥିବା ୧୦ ଜଣ ରୋଗୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨୫ ଲକ୍ଷ ଟଙ୍କର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।SCB ପହଞ୍ଚିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୃତାହତ ପରିବାରଙ୍କୁ ଭେଟିଥିଲେ ନବୀନ । ଅଗ୍ନିକାଣ୍ଡ ଘଟଣାକୁ ଗଭୀର ଦୁଃଖ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା । କଟକ ମେୟର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣାସ୍ଥଳରେ ପହଞ୍ଚି ସହାୟତା ଯୋଗାଇବାକୁ ନିର୍ଦେଶ ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News