Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶାରୀରିକ ଶିକ୍ଷା ଅଧିକାରୀଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ

ଶାରୀରିକ ଶିକ୍ଷା ଅଧିକାରୀଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ

ଭୁବନେଶ୍ୱର: ରାଜ୍ୟର ଶାରିରୀକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇ ଦିବସୀୟ ଦିଗଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କର୍କରା ଉଦଘାଟନ କରିବା ସହ ସମସ୍ତ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଇଛନ୍ତି। ସେହିପରି ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ଫୁଲମଣି ମୁର୍ମୁ ଉପସ୍ଥିତ ଥିଲେ।

ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ୬ ଗୋଟି କ୍ରୀଡ଼ା ଯଥା- ଯୋଗାସନ, ଟାଇକୋଣ୍ଡୋ, ସଫ୍ଟବଲ୍‌, ଉଷୁ, ସାଇକେଲିଂ ଓ ସ୍କେଟିଂ ପ୍ରଶିକ୍ଷକମାନେ ଯୋଗ ଦେଇଥିଲେ ଏବଂ ଶାରୀରିକ ଶିକ୍ଷା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଉଷୁର ଅନ୍ତର୍ଜାତୀୟ ପ୍ରଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ବେହେରା, ସାଇକେଲିଂ ଆସୋସିଏସନର ସମ୍ପାଦକ ଶ୍ରୀ ପ୍ରସନ୍ନ ରାଉତ, ସ୍କେଟିଂ ସଂଘର ସହସଂଯୋଜକ ପ୍ରଦ୍ୟୁମ୍ନ କିଶୋର ପ୍ରହରାଜ ଓ କୋଚ୍‌ ନିମିଶ୍‌ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ମଇ ୨୧-୨୨ ରେ ଅନୁଷ୍ଠିତ ହୋଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାର ଶାରିରୀକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରୁ ତାଲିମ୍‌ ନେବା ପରେ ନିଜ ନିଜ ଜିଲ୍ଲାରେ ଏହାର ପ୍ରଚାର ପ୍ରସାର କରିବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ କର୍କରା ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶାରିରୀକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡ଼ା ପରିଚାଳନା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News