Dailyhunt
ଶିବରାତ୍ରି ପ୍ରସ୍ତୁତି

ଶିବରାତ୍ରି ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ମହାଶିବରାତ୍ରି ପର୍ବ ପାଇଁ ଆଜି ଅପରାହ୍ଣରେ କମିସନରେଟ୍‌ ପୁଲିସ ପକ୍ଷରୁ ମା' ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୁରେଶ ଦେବଦତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା।

ପ୍ରାୟ ୩୪ ପ୍ଲାଟୁନ୍‌? ପୁଲିସ ମୁତୟନ ହେବେ। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୁରକ୍ଷା ଓ ଶୃଙ୍ଖଳା ରକ୍ଷାର ପୂରା ନେତୃତ୍ୱ ନେବେ। ୬ଜଣ ଅତିରିକ୍ତ ଡିସିପି, ଟ୍ରାଫିକ୍‌ ଏସିପି, ଟ୍ରାଫିକ୍‌ ଆଇଆଇସି, ୧୨ଜଣ ଏସିପି, ୧୯ଜଣ ଆଇଆଇସି, ୮୬ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୬ଜଣ କନେଷ୍ଟବଳ, ୪୦ଜଣ ମହିଳା କନେଷ୍ଟବଳ, ୫ଜଣ ହାବିଲଦାର ଓ ୧୦୨ଜଣ ହୋମ୍‌ ଗାର୍ଡ ଡ୍ୟୁଟି କରିବେ। ଏମାନଙ୍କ ମଧ୍ୟରୁ କିଛି ସାଦା ପୋଷାକରେ ରହିବେ। ବିଗତ ବର୍ଷମାନଙ୍କରେ ଅଭିଜ୍ଞତା ଥିବା ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା ଦିଗରେ କାମ କରିବେ। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ୩୨ଟି ସିସି କ୍ୟାମେରା ଓ ସ୍ମାର୍ଟ ସିଟି ପକ୍ଷରୁ ରାସ୍ତାରେ ୨୧ଟି ସିସିଟିଭି କ୍ୟାମେରା ପୂରା ଭିଡ ଉପରେ ନଜର ରଖିବ।

ଓଡ଼ିଶା ବଜେଟ୍ ୨୦୨୬-୨୭ ପୂର୍ବରୁ…

ପିଏମଏୱାଇ-ଅର୍ବାନ ବନ୍ଧୁ

ଓଡ଼ିଶା ବଜେଟରେ କୃଷି ଓ ଆନୁଷଙ୍ଗିକ…

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ୍…

ଚଳିତ ବର୍ଷ କ୍ୟୁଆର୍‌ କୋଡ୍‌ ଥିବା ପାସ୍‌ ସହିତ ଭିଆଇପି ପାସ୍‌ ବ୍ୟବହାର ହେବ। ବଢେ଼ଇବାଙ୍କ ଛକ, ଗ୍ୟାରେଜ୍‌ ଛକ, ପୁରୁଣା ସୁଭଦ୍ରା ମହାତାବ ହାଇସ୍କୁଲ ସମ୍ମୁଖ, ମାଉସୀମା ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍‌ କରାଯିବ।
ଚଳିତ ବର୍ଷ ବିଏମ୍‌ ହାଇସ୍କୁଲ ପଡିଆ, ପୁରୁଣା ସୁଭଦ୍ରା ମହତାବ ହାଇସ୍କୁଲ ସମ୍ମୁଖ, ଗୋସାଗରେଶ୍ୱର ସ୍କୁଲ, କେଦାରଗୌରୀରୁ ବିନ୍ଦୁସାଗର ରାସ୍ତା, ନୂଆ ଲିଙ୍ଗରାଜ ମାର୍କେଟ୍‌ ପରିସରରେ ପାର୍କିଂ କରାଯିବ। ହାଟ ନିକଟରେ ସେବାୟତଙ୍କ ଗାଡି ପାର୍କିଂ କରାଯିବ। ମନ୍ଦିର ତିନି ପାର୍ଶ୍ୱ ଦ୍ୱାର ମୁହଁରେ ଆମ୍ବୁଲାନ୍ସ ଓ ଷ୍ଟେଚର୍‌ ରଖାଯିବ। ଡିସିପିଙ୍କ ଦ୍ୱାରା ଶ୍ରୀଲିଙ୍ଗରାଜ ମହାଶିବରାତ୍ରି ମାର୍ଗଦର୍ଶିକା ଖୁବ୍‌ ଶୀଘ୍ର ଜାରି କରାଯିବ। କେଉଁ ପାର୍କିଂ ସ୍ଥାନକୁ ଯିବା ପାଇଁ କେଉଁ ବାଟ ଦେଇ ଲୋକ ସୁବିଧାରେ ଯାଇ ପାରିବେ, ସେନେଇ ମାର୍ଗଦର୍ଶିକାରେ ଅବଗତ କରାଯିବ। କମିସନର ଶ୍ରୀ ସିଂ ଏହି ଅବସରରେ ଭିଡରେ ସୁନା ଗହଣା ନ ପିନ୍ଧିବାକୁ ଓ ମୋବାଇଲ୍‌ ନ ଆଣିବାକୁ ପରାମର୍ଶ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News