Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଷ୍ଟ୍ରବେରୀର ଲାଭଦାୟକ ଗୁଣ ଜାଣନ୍ତୁ..

ଷ୍ଟ୍ରବେରୀର ଲାଭଦାୟକ ଗୁଣ ଜାଣନ୍ତୁ..

ଷ୍ଟ୍ରବେରୀର ଖାଇଲେ ଅନେକ ଗମ୍ଭୀର ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। କ୍ୟାନସର ପରି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ଏଥିପାଇଁ ଦୈନନ୍ଦିନ ଭୋଜନରେ ଷ୍ଟ୍ରବେରୀରୁ ସାମିଲ କରନ୍ତୁ। ଏଥିରେ କ୍ୟାନସର ସେଲ୍‌କୁ ନଷ୍ଟ କରିବା ପାଇଁ ପୋଷକତତ୍ତ୍ୱ ରହିଛି।

ମାନସିକ ଓ ଶାରୀରିକ ସମସ୍ୟାରେ ରହିଲେ, ଆପଣ ଚାପରେ ରହିଥା'ନ୍ତି। ଠିକ୍‌ ସମୟରେ ଏହାର ଚିକିତ୍ସା ନକଲେ, ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଚାପ କମ୍ କରିବା ପାଇଁ ପ୍ରତିଦିନ ଷ୍ଟ୍ରବେରୀ ଖାଆନ୍ତୁ।

ଷ୍ଟ୍ରବେରୀ ଖାଇଲେ କୋଲେଷ୍ଟ୍ରଲର ମାତ୍ରା ସନ୍ତୁଳିତ ରହିଥାଏ। ଗବେଷଣାରେ ମଧ୍ୟ ଏହି କଥା ସ୍ପଷ୍ଟ ହୋଇଛି ଯେ ଷ୍ଟ୍ରବେରୀ ଶରୀରରେ ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ ବା ଖରାପ କୋଲେଷ୍ଟ୍ରଲ୍‌କୁ କମ୍‌ କରିବାର କାର୍ଯ୍ୟ କରିଥାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News