Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା ଓ ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ. ଆଜି ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ମ୍ୟାନେଜିଂ ଡାଇରେକ୍ଟର ଡ଼ ବୃନ୍ଦା ଡି., ସ୍ଵତନ୍ତ୍ର ସଚିବ ଡ଼.

ବିଜୟ ମହାପାତ୍ର , ସମସ୍ତ ବିଭାଗୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ , ଅତିରିକ୍ତ ଶାସନ ସଚିବ ଓ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଆଭାସୀ ମଧ୍ୟମରେ ସମସ୍ତ ମେଡିକାଲ କଲେଜ ଡିନ,ସୁପେରିଟେଣ୍ଡେଣ୍ଟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କ ଉପସ୍ଥିତି, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା…

ଟାଙ୍ଗରପଡା ଉଚ୍ଚ ବିଦ୍ୟାଳୟ…

ସିଏମଜିଆଇ ପକ୍ଷରୁ ଓଡ଼ିଶା…

କମିଶନର ତଥା ଶାସନ ସଚିବ ଆଗାମୀ ମୌସୁମୀକୁ ନଜର ରଖି ଆଗୁଆ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । କିଛି ସ୍ଥାନରେ ଫୁଡ ପଏଜନିଂ ଏବଂ ଜଣ୍ଡିସକୁ ନଜରରେ ରଖି ଫୁଡ ଇନ୍ସପେକ୍ଟରଙ୍କୁ ନିରୀକ୍ଷଣ ନିମନ୍ତେ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳଙ୍କୁ ଏ ବିଷୟରେ ରିପୋର୍ଟ ଦେବାକୁ କହିଥିଲେ । ସମସ୍ତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ଲୋକମାନଙ୍କୁ ସମୟଉପଯୋଗୀ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ସଚେତନ ଓ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦେବା ସହ ରୋଗ ନିୟନ୍ତ୍ରଣ ପାଇଁ ପୂର୍ବ ପ୍ରସ୍ତୁତିକୁ ଆହୁରି ମଜବୁତ କରିବାକୁ କୁହାଯାଇଥିଲା । ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ , ଜନଶୁଣାଣି, ପିଏମ ରାହତ, ଅଗ୍ନି ସୁରକ୍ଷା, ସେକ୍ଟର ମିଟିଂ, ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ରୋଗୀମାନଙ୍କୁ ହସ୍ପିଟାଲରେ ସୁବିଧା ଦେବା ପାଇଁ ସମସ୍ତ ଚିକିତ୍ସା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସବୁ ଅଧିକାରୀଙ୍କର ଉପସ୍ଥାନ କୁ ଏଆଇ ମାଧ୍ୟମରେ ନିରୀକ୍ଷଣ କରାଯିବା ଯିବା ସହ ଏହାକୁ ଗୁରୁତ୍ଵଦେବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ଥିବା ସହ ଏକ ଟିମ ଭଳି କାମ କରିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News