Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ୱର୍ଗତ ବିପିନ ବିହାରୀ ପତିଙ୍କ ସ୍ମୃତିରେ

ସ୍ୱର୍ଗତ ବିପିନ ବିହାରୀ ପତିଙ୍କ ସ୍ମୃତିରେ

ଧୂଷୁରୀ,(ସାକ୍‌ସୀ ନ୍ୟୁଜ୍‌)୩୧/୧୦: ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ପତ୍ରୀସାହିଠାରେ ସ୍ୱର୍ଗତ ବିପିନ ବିହାରୀ ପତିଙ୍କ ଦ୍ୱାଦଶାହ କ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶଶିକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ ସଂଚାଳନ କରିଥିଲେ।

ସଭାରେ ବକ୍ତା ଭାବେ ବିଷ୍ଣୁ କୁମାର ପରିଡ଼ା, ଦୁର୍ଯ୍ୟୋଧନ ତରାଇ, କ୍ଷୀରୋଦ ଧଳ, ସୌରଦୀପ୍ତି ପତି, ମୁରଲୀଧର ପଣ୍ଡା, ବିଭୁପାଦ ମିଶ୍ର, ଶୋଭାରାଣୀ ପଣ୍ଡା, ସୂରଜ ଚନ୍ଦ୍ର ସେଠୀ, ହେମନ୍ତ କୁମାର ସୁତାର, ପ୍ରଦୀପ କୁମାର ନାୟକ, ବିଦ୍ୟାଧର ରାଉତ, ବିଜୟ କୁମାର ନାୟକ, କାହ୍ନୁଚରଣ ପଣ୍ଡା, ସରୋଜିନୀ ପଣ୍ଡା, ନିରୋଧ କୁମାର ବେହେରା, ଶରତ କୁମାର ସୁତାର, ରାମଚନ୍ଦ୍ର ସାହୁ, ନିରାକାର ଧଳ, ଦାମୋଦର ମଲ୍ଲିକ, ସଦାଶିବ ପୋଥାଳ ଓ ବସନ୍ତ ମାଝୀ ପ୍ରମୁଖ ଯୋଗଦେଇଥିଲେ।

୧୮ତମ ନିଯୁକ୍ତି ମେଳା - ୨୦୨୬

ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା

ତଡ଼ମାଠାରେ ପ୍ରବଳ ଜଳସ୍ରୋତରେ…

ଭୂସ୍ଖଳନ ଓ ଆଗାମୀ ବାତ୍ୟା ନେଇ SRC…

ଏହି ଅବସରରେ ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ପତିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଗୁଣ, ଆଦର୍ଶ ଓ ଜୀବନର ବିଭିନ୍ନ ସ୍ମୃତିକୁ ମନେ ପକାଇଥିଲେ। ତାଙ୍କର ଅମାୟିକ ବ୍ୟବହାର ଓ ସ୍ମରଣୀୟ ଅବଦାନ ସର୍ବଦା ସମସ୍ତଙ୍କ ହୃଦୟରେ ଜୀବିତ ରହିବ ବୋଲି ମତପ୍ରକାଶ ପାଇଥିଲା।

ଶେଷରେ ଉପସ୍ଥିତ ସମସ୍ତେ ଦିବଂଗତ ଆତ୍ମାଙ୍କ ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News