Dailyhunt
ଉପନିବେଶବାଦୀ ଯୁଗର ଅବସାନ

ଉପନିବେଶବାଦୀ ଯୁଗର ଅବସାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇଦିନ ବଢାଇଛନ୍ତି। ମଙ୍ଗଳବାର ଦିନ ପ୍ରଦର୍ଶନୀ ଉଦ୍‌ଯାପନ କରିବାର ଥିଲା। ମୁଖ୍ୟମନ୍ତ୍ରୀ ଦୁଇଦିନ ଅର୍ଥାତ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ଏହି ପ୍ରଦର୍ଶନୀ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଗସ୍ତ ସମୟରେ ଉଦ୍‌ଘାଟିତ ହୋଇଥିଲା।

ଓଡ଼ିଶା ପୁଲିସ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ସଚେତନତା ବାର୍ତାବାହୀ ଏକ ପଥପ୍ରାନ୍ତ ନାଟକକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହିତ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ ଗୃହ ବିଭାଗର ବିଭିନ୍ନ ଷ୍ଟଲ ଅତି ଉଚ୍ଚକୋଟିର ହୋଇଛି ବୋଲି କହିଥିଲେ।
ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ନାଗରିକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଯେଉଁ ସଂକଳ୍ପ ରହିଛି, ତାହାର ଶ୍ରେଷ୍ଠ ପ୍ରମାଣ ହେଉଛି ଏହି ଭାରତୀୟ ନ୍ୟାୟ ସଂହିତା।

ଗୋପବନ୍ଧୁ ପ୍ରଶାସନ ଏକାଡେମୀରେ…

ସ୍ୱତନ୍ତ୍ର ସଘନ ସଂଶୋଧନ:…

ଟୋକିଓ ବୈଶ୍ୱିକ ଆର୍ଥିକ ଫୋରମ୍‌ରେ…

ରାଜ୍ୟସ୍ତରୀୟ ନାଟକ ଉତ୍ସବ 'ରଙ୍ଗ…

ଏହି ପ୍ରଦର୍ଶନୀ ସାଧାରଣ ଲୋକଙ୍କୁ ଏହି ନୂଆ ଆଇନର କାର୍ଯ୍ୟକାରୀତା ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନ କରିବାରେ ଏକ ଉତମ ପଦକ୍ଷେପ । ଏହି ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଞ୍ଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତନ ଆସିଛି । ନୂଆ ଆଇନ ଲାଗୁ ହେଲା ପରେ ଭାରତ ବର୍ଷର ଅପରାଧ ନିୟନ୍ତ୍ରଣ ଢାଂଚାରେ ଉପନିବେଶବାଦୀ ଯୁଗର ଅବସାନ ଘଟିଛି ଏବଂ ସ୍ୱାଧୀନ ଭାରତର ଆଭିମୂଖ୍ୟକୁ ନେଇ ବ୍ୟବସ୍ଥାରେ ପରିବର୍ତନ ଆସିଛି।

ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ୨୦୨୫ ଶେଷ ପର୍ଯ୍ୟନ୍ତ, ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮୭.୬% ବୃଦ୍ଧି ପାଇଛି। ଏହା ଏକ ବିରାଟ ସଫଳତା। ଏହି ଆଇନ ଦ୍ୱାରା ତଦନ୍ତ ଠାରୁ ବିଚାର ପର୍ଯ୍ୟନ୍ତ ପ୍ରାୟ ସବୁ ସୋପାନରେ ଉନ୍ନତି ଆସିଛି। ୨୦୨୫ ରେ ଜିରୋ ୠଓଜ ସଂଖ୍ୟା ୧୬୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆଇନ ବ୍ୟତୀତ ଆମେ ପୁଲିସକୁ ଦକ୍ଷ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଉଛୁ। ଘବଗ୍ଧସକ୍ଟଦ୍ଭବକ୍ଷ ୠକ୍ଟକ୍ସରଦ୍ଭଗ୍ଦସମ ଝମସରଦ୍ଭମର ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ ଏବଂ ଉରଦ୍ଭଗ୍ଧକ୍ସବକ୍ଷ ୠକ୍ଟକ୍ସରଦ୍ଭଗ୍ଦସମ ଝମସରଦ୍ଭମର ଖବଭକ୍ଟକ୍ସବଗ୍ଧକ୍ଟକ୍ସଚ୍ଚ ପାଇଁ ଶିଳାନ୍ୟାସ କରାଯାଇଛି।

ଆଧୁନିକ ଟେକ୍ନୋଲୋଜିରେ ପୁଲିସକୁ ପାରଙ୍ଗମ କରିବା ପାଇଁ ଓଓଞ ଈଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ ସହିତ ଗକ୍ଟଟ ହୋଇଛି। ପୁଲିସକୁ ବିଭିନ୍ନ ଆଧୁନିକ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ମଧ୍ୟ ଗକ୍ଟଟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପ୍ରଦର୍ଶନୀରେ ଓଡ଼ିଶା ପୁଲିସର ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିବା ବେଳେ ବିଭିନ୍ନ ସ୍କୁଲ ଏବଂ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News