Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯାଜପୁର ଖାଦ୍ୟ ବିଷାକ୍ତ ମାମଲା: ପହଂଚିଲା ସ୍ୱତନ୍ତ୍ର ଟିମ୍‌

ଯାଜପୁର ଖାଦ୍ୟ ବିଷାକ୍ତ ମାମଲା: ପହଂଚିଲା ସ୍ୱତନ୍ତ୍ର ଟିମ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବିଷାକ୍ତ ଖାଦ୍ୟ ଘଟଣାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ରାଜ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ ଆରମ୍ଭ କରିଛି। ବର୍ତମାନ ସୁଦ୍ଧା, ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି। ଅବଶିଷ୍ଟ ୧୯ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି।

ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ୱାର୍ଡରେ ଏବଂ ୧୬ ଜଣ ବୟସ୍କଙ୍କର ଚିକିତ୍ସା ଚାଲିଛି। ଘଟଣା ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ଯାଜପୁର ଜିଲ୍ଲାପାଳ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଆକ୍ରାନ୍ତଙ୍କ ଚିକତ୍ସା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ, ଓଆର୍‌ଏସ୍‌ ଏବଂ ଜରୁରୀକାଳୀନ ଯୋଗାଣର ପର୍ଯ୍ୟାପ୍ତ ପରିମାଣ ସୁନିଶ୍ଚିତ କରାଯାଇଛି। ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ୨୪ ଘଂଟିଆ ରୋଗୀ ତଦାରଖ ଓ ଚିକିତ୍ସା ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ସୁରକ୍ଷା କର୍ତୃପକ୍ଷ ଯାଂଚ ଅଭିଯାନକୁ ତୀବ୍ର କରିବା ସହ ସଚେତନତା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News