Saturday, 28 Nov, 10.33 am Swabhimani Odia

Posts
ଭାରତୀୟ ନୌସେନାର ଯୁଦ୍ଧ ବିମାନ ମିଗ୍-୨୯କେ ଦୁର୍ଘଟଣାଗ୍ରସ୍ତ

  • ଭାରତୀୟ ନୌସେନାର ଏକ ଟ୍ରେନର ପ୍ଲେନ ମିଗ-୨୯କେ ଗତକାଲି ସନ୍ଧ୍ୟାରେ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ଘଟିଛି । ଆରବ ସାଗର ଉପରେ ଉଡାଣ ଭରିବା ସମୟରେ ଦୁର୍ଘଟଣା ଘଟିଛି । ରେସକ୍ୟୁ ଟିମ୍ ଦ୍ୱାରା ସର୍ଚ୍ଚ ଅପରେଶନ ଜାରି ରହିଛି । ଏପର୍ଯ୍ୟନ୍ତ ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କୁ ଖୋଜା ଚାଲିଛି । ସେପଟେ ପ୍ଲେନ ଦୁର୍ଘଟଣା କିପରି ହେଲା ଯାଞ୍ଚ ପାଇଁ ନୌସେନା ପକ୍ଷରୁ ଆଦେଶ ଦିଆଯାଇଛି ।

ନୌସେନା ଅଧିକାରୀ କହିଛନ୍ତି କି, ଗତକାଲି ସନ୍ଧ୍ୟା ୫ଟାରେ ଆରବ ସାଗରରେ ଦୁର୍ଘଟଣା ଘଟିଛି । ନିଖୋଜ ପାଇଲଟଙ୍କ ସର୍ଚ୍ଚ ପାଇଁ ତଦାରଖ ବିମାନ ଏବଂ ନୌକା ମୁତୟନ କରାଯାଇଛି । ଏହାସହିତ ଘଟଣାର ଯାଞ୍ଚ ପାଇଁ ଉଚ୍ଚ-ସ୍ତରୀୟ ଯାଞ୍ଚର ଆଦେଶ ଦିଆଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Swabhimani Odia
Top