Monday, 21 Sep, 8.09 am Swabhimani Odia

Posts
ବିବାହର ୧୭ ଦିନ ପରେ ଏକ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା, ପ୍ରେମୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଓ ଭାଇଙ୍କ ଉପରେ ଦେଲେ ଦୋଷ

ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ନବ ବଧୂ ବିବାହର ୧୭ ଦିନ ପରେ ମାଆ ହୋଇଯାଇଥିଲେ ଏବଂ ସେ ଏକ ପୁଅକୁ ଜନ୍ମ ଦେଇଥିଲେ। ଯାହାପରେ ଶାଶୂଘର ଲୋକ ଝିଅର ଘର ଲୋକଙ୍କୁ ଡାକି ସତ ଜାଣିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହି ଅବସରରେ ବାପଘର ପକ୍ଷର ଲୋକମାନେ ଶଶୁରଙ୍କୁ ଜୀବନରୁ ମାରିବା ପାଇଁ ମନୋଭାବରେ ଆକ୍ରମଣ କରିଦେଇଥିଲେ। ଯାହାପରେ ଏହି ମାମଲା ପୋଲିସ ଥାନା ପହଞ୍ଚିଥିଲା ଏବଂ ପୋଲିସ ସାମ୍ନାରେ ମହିଳା ନିଜର ପୁରା କାହାଣୀ ଶୁଣାଇଥିଲେ। ଏହି ଘଟଣା ୨୦୧୯ ମସିହାର, ଡିସେମ୍ବର ମାସର ଅଟେ।

କୁହାଯାଉଛି ଯେ, ମହିଳା ସେହି ସମୟରେ ଏସପି ଥିବା ବିକ୍ରାନ୍ତବୀରଙ୍କ ସହିତ ଭେଟ କରି ତାଙ୍କୁ କହିଥିଲେ ଯେ, ତାଙ୍କ ପିତା ଏବଂ ଭାଇ ତାଙ୍କୁ ଦେହ ବେପାର କରାଉଥିଲେ। କେବଳ ଏରିକି ନୁହେଁ ସେମାନେ ନିଜେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ଏସପିଙ୍କ ନିର୍ଦେଶରେ ୨୯ ଡିସେମ୍ବର ୨୦୧୯କୁ କେସ ଫାଇଲ କରାଯାଇଥିଲା। ପୋଲିସ ମହିଳାଙ୍କ ଆଭିଯୋଗ ଆଧାରରେ ତାଙ୍କ ପିତା, ଉଭୟ ନିଜ ଭାଇ ଏବଂ କକାଙ୍କ ପୁଅ ଭାଇଙ୍କ ସମେତ ୧୦ ଜଣ ଲୋକଙ୍କ ଉପରେ ସାମୂହିକ ଦୁଷ୍କର୍ମ, ହତ୍ୟାର ଧମକ, ମାରପିଟ ସମେତ ଅନ୍ୟ ଧାରା ଗୁଡିକରେ ରିପୋର୍ଟ ଫାଇଲ କରି ଯାଞ୍ଚ ଆରମ୍ଭ କରିଥିଲେ।

ଏହି କେସର ଯାଞ୍ଚ ପୋଲିସ ଦୀର୍ଘ ସମୟରୁ କରୁଥିଲା ଏବଂ ମଙ୍ଗଳବାର ଦିନକୁ ଏହି କେସକୁ ସମାଧାନ କରିନିଆଯାଇଥିଲା। ପୋଲିସଙ୍କ ଅନୁସାରେ ମହିଳା ଜଣକ ମିଛ କାହାଣୀ ପୋଲିସକୁ ଶୁଣାଇଥିଲେ। ଏହି ମହିଳାଙ୍କର ଚକ୍କର ଦିଲୀପ ନାମକ ଯୁବକଙ୍କ ସହିତ ଚାଲୁଥିଲା। ଏହି ଅବସରରେ ମହିଳା ଜଣକ ଗର୍ଭ ଧାରଣ କରିଥିଲେ। ଯେତେବେଳେ ଝିଅର ପରିବାର ଲୋକଙ୍କୁ ଏବିଷୟରେ ଜଣାପଡିଥିଲା ସେତେବେଳେ ସେମାନେ ତାଙ୍କର ବିବାହ କରାଇ ଦେଇଥିଲେ। ବିବାହ ସମୟରେ ଝିଅର ପେଟରେ ସାତ ମାସର ଗର୍ଭ ଥିଲା।

ସେହିପରି ବିବାହର ୧୭ ଦିନ ପରେ ଝିଅ ର ପେଟରେ କଷ୍ଟ ଅନୁଭୂତ ହୋଇଥିଲା। ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଶାଶୂଘର ଲୋକଙ୍କ ପୁରା ସତ ଜଣା ପଡିଥିଲା ଯେ ଝିଅଟି ଗର୍ଭବତୀ ଅଛି। ସେହିପରି ଏହି ମହିଳା ଜଣକ ହସ୍ପିଟାଲରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା ସେତେବେଳେ ଏହି ଝିଅଟି ନିଜର ପ୍ରେମୀଙ୍କ କଥାରେ ପରିବାର ଲୋକଙ୍କ ଉପରେ ମିଛ ଆରୋପ ଲଗାଇ କେସ ଫାଇଲ କରାଇ ଦେଇଥିଲେ।

ପୋଲିସ ଅନୁସାରେ ମହିଳା ସାମୂହିକ ଦୁଷ୍କର୍ମର ମିଛ ରିପୋର୍ଟ ଫାଇଲ କରାଇଥିଲେ। ସେହିପରି ଯାଞ୍ଚରେ ମହିଳା ଜଣକ ପ୍ରେମୀଙ୍କ କଥାରେ ନିଜ ଲୋକଙ୍କୁ ଫସାଇବାର କଥା ସ୍ଵୀକାର କରିଥିଲେ। ଯାହାପରେ ପୋଲିସ ପ୍ରେମୀଙ୍କୁ ଗିରଫ କରି ନେଇଥିଲେ। ଲାକ୍ଷ୍ନୌର ବଂଥରା ଥାନା କ୍ଷେତ୍ରର ରହୁଥିବା ମହିଳା ୨୯ ଡିସେମ୍ବର ୨୦୧୯କୁ କେସ ଫାଇଲ କରିଥିଲେ। ମହିଳା ଜଣକ ଆରୋପ ଲଗାଇଥିଲେ ଯେ, ୩ ବର୍ଷରୁ ତାଙ୍କ ପିତା ଏବଂ ଭାଇ ତାଙ୍କୁ ଦେହ ବ୍ୟାପାର କରାଉଛନ୍ତି।

ସେମାନେ ନିଜେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଅବସରରେ ସାତ ମାସର ଗର୍ଭ ଧାରଣ କରିବା ପରେ ପିତା ତାଙ୍କର ବିବାହ ଉନ୍ନାଓର ସାଦର କୋତୱାଲୀ ଅଞ୍ଚଳର ଏକ ଗାଁରେ କରାଇଦେଇଥିଲେ। ବିବାହର ୧୭ ଦିନ ପରେ ପ୍ରସବ ପୀଡା ଆରମ୍ଭ ହୋଇଥିଲା। ସେତେବେଳେ ସତ ଶାଶୁଘର ଲୋକଙ୍କ ସାମ୍ନାକୁ ଆସିଥିଲା।

ମହିଳା ଥାନା ଏସଓ ଇନ୍ଦ୍ରପାଲ ସିଂହ ସେଙ୍ଗର କହିଥିଲେ ଯେ, ବିବାହର ଦୁଇବର୍ଷ ପୂର୍ବରୁ ମହିଳା ଜଣକ ଲାକ୍ଷ୍ନୌର ବଂଥରା ଥାନା କ୍ଷେତ୍ରର ଏକ ଗାଁର ନିବାସୀ ଦିଲୀପଙ୍କ ସହିତ ଅବୈଧ ସମ୍ବନ୍ଧ ରଖିଥିଲେ। ଏହୂ ଅବସରରେ ଗର୍ଭ ଧାରଣ କରିବାରୁ ତାଙ୍କର ଅନ୍ୟ ଯୁବକଙ୍କ ସହିତ ବିବାହ କରାଇ ଦିଆଯାଇଥିଲା। ନିଜର ପାପକୁ ଲୁଚାଇବା ପାଇଁ ପ୍ରେମୀଙ୍କ କଥାରେ ମହିଳା ଜଣକ ପିତାଙ୍କ ସମେତ ଅନ୍ୟ ମାନଙ୍କ ଉପରେ ଆରୋପ ଲଗାଇଥିଲେ। ଯାହାପରେ ଆରୋପୀ ଦିଲୀପ ଏବଂ ପରିବାର ଲୋକଙ୍କ ସହିତ ପିଲାର DNA ଯାଞ୍ଚ କରାଯାଇଥିଲା। ତେବେ ପିଲାଟି ଦିଲୀପର ବୋଲୁ ଜଣାପଡିଥିଲା। ଯାହାପରେ ଦିଲୀପଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | e

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Swabhimani Odia
Top