Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନ୍‌ରୁ ମହିଳା ଓ ୯ ମାସର ଶିଶୁ ନିଖୋଜ

ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନ୍‌ରୁ ମହିଳା ଓ ୯ ମାସର ଶିଶୁ ନିଖୋଜ

TAKSHAK TV 2 weeks ago

ଭୁବନେଶ୍ୱର: ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଟ୍ରେନ୍ ରୁ ଜଣେ ମହିଳା ଏବଂ ତାଙ୍କର ୯ ମାସର ଶିଶୁପୁତ୍ର ନିଖୋଜ ଅଛନ୍ତି। ନିଖୋଜ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରଙ୍କେଇ ଗ୍ରାମର ପ୍ରକାଶ ମଲ୍ଲିକଙ୍କ ପତ୍ନୀ ସୁଭଦ୍ରା ମଲ୍ଲିକ। ଖବର ଅନୁଯାୟୀ, ଗତ ଅଗଷ୍ଟ ୩୧ ତାରିଖରେ ସୁଭଦ୍ରା ତାଙ୍କ ଶିଶୁପୁତ୍ର ସହ ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସରେ ନିଜ ଘରକୁ ଫେରୁଥିଲେ।

ଦିନ ପ୍ରାୟ ୧:୪୫ ମିନିଟ୍ ସମୟରେ ସେ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଏକ ଅଟୋରିକ୍ସା ବ୍ୟବସ୍ଥା କରିବାକୁ କହିଥିଲେ। ଭଉଣୀଙ୍କ କଥା ଅନୁଯାୟୀ ତାଙ୍କ ସାନ ଭାଇ ଜଗତସିଂହପୁରରୁ ଏକ ଅଟୋ ଧରି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ଦେଖିଥିଲେ ଯେ ସୁଭଦ୍ରାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ଦୀର୍ଘ ସମୟ ଧରି ଷ୍ଟେସନରେ ଅପେକ୍ଷା କରିବା ପରେ ମଧ୍ୟ ଭଉଣୀଙ୍କର କୌଣସି ପତ୍ତା ନ ମିଳିବାରୁ ସେ ନିରାଶ ହୋଇ ଘରକୁ ଫେରିଥିଲେ। ଏହି ଘଟଣାକୁ ନେଇ ସୁଭଦ୍ରାଙ୍କ ସ୍ୱାମୀ ପ୍ରକାଶ ମଲ୍ଲିକ ବେଙ୍ଗାଲୁରୁ ସରକାରୀ ରେଳବାଇ ପୋଲିସ (ଜିଆରପି) ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମା' ଓ ଛୁଆଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Takshak TV