Dailyhunt
ଇସ୍ତଫା ଦେଲେ ବିଜେଡ଼ି ନେତା ସସ୍ମିତ ପାତ୍ର

ଇସ୍ତଫା ଦେଲେ ବିଜେଡ଼ି ନେତା ସସ୍ମିତ ପାତ୍ର

TAKSHAK TV 1 week ago

ରାଜ୍ୟସଭା ସାଂସଦ ଡାକ୍ତର ସସ୍ମିତ ପାତ୍ର ବିଜେଡ଼ି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏ ନେଇ ସସ୍ମିତଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ସସ୍ମିତ ପାତ୍ର ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଭେଟିଥିଲେ ।

ରାଜ୍ୟସଭା ନିର୍ବାଚନ ସମୟରେ ସଂତୃପ୍ତ ମିଶ୍ରଙ୍କ ପ୍ରବେଶକୁ ନେଇ କିଛି ନେତା ଅସନ୍ତୁଷ୍ଟ ଥିଲେ ଏବଂ ୱାକଫ୍ ସଂଶୋଧିତ ବିଲ୍ ଆଗତ ବେଳେ ରାଜ୍ୟସଭା ସାଂସଦ ହିଜବୁଲ୍ଲା ଖାଁ ଏବଂ ସସ୍ମିତଙ୍କ ମଧ୍ୟରେ ଦ୍ୱିମତ ଦେଖାଦେଇଥିଲା । ମୁନ୍ନା ଖାଁ ବିଲ୍ ବିରୁଦ୍ଧରେ ଭୋଟ୍ ଦେଇଥିବାବେଳେ ସସ୍ମିତ ପାତ୍ର ବିବେକାନୁମୋଦିତ ଭୋଟ୍ ଦେଇଥିଲେ । ଯାହା ପରେ ମୁନ୍ନା ଖାଁ ସସ୍ମିତଙ୍କ ବିରୁଦ୍ଧରେ ବର୍ଷିଥିଲେ । ନିକଟରେ ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଥିଲେ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Takshak TV