Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶା ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍

ଓଡ଼ିଶା ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍

TAKSHAK TV 1 week ago

ଭୁବନେଶ୍ୱର: ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ହାସଲ କରିଛି ଓଡ଼ିଶା ଲୋକଭବନ | ଭାରତର ପ୍ରଥମ ଲୋକଭବନ ଭାବେ ଓଡ଼ିଶାକୁ ଏହି ସଫଳତା ମିଳିଛି । ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଜିବିସିର ଅଧ୍ୟକ୍ଷ ସି ଶେଖର ରେଡ୍ଡୀ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟ୍ଟିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ IGBC ପକ୍ଷରୁ ଲୋକଭବନକୁ ୧୦୦ରୁ ୮୮ ସ୍କୋର ସହ ଏହି ସମ୍ମାନଜନକ ସାର୍ଟିଫିକେସନ୍ ପ୍ରଦାନ କରାଯାଇଛି। ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା, ଅପଚୟ ପରିଚାଳନା ଏବଂ ସ୍ୱଚ୍ଛ ଗତିଶୀଳତା କ୍ଷେତ୍ରରେ ଲୋକଭବନ ପକ୍ଷରୁ ନିଆଯାଇଥିବା ନିରନ୍ତର ପଦକ୍ଷେପକୁ ଏହି ମାନ୍ୟତା ମିଳିଛି। ଏହି ମାନ୍ୟତା ସ୍ଥାୟୀ ଶାସନ ଭିତ୍ତିଭୂମି ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କ୍ୟାମ୍ପସ୍ ଯୋଜନା, ଭିତ୍ତିଭୂମି ଓ ଦୈନନ୍ଦିନ କାର୍ଯ୍ୟରେ ସ୍ଥାୟୀତ୍ୱକୁ ସମନ୍ୱିତ କରିଥିବାରୁ ଲୋକଭବନକୁ ଏହି ସମ୍ମାନ ମିଳିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସଫଳତାର ଖୁସିରେ କହିଛନ୍ତି ଯେ, ଓଡିଶାର ସବୁ ବିଶ୍ୱ ବିଦ୍ୟାଳୟ ଗ୍ରୀନ କ୍ୟାମ୍ପସ ହେଉ। ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଗୁଡିକରେ ପଢୁଛନ୍ତି, ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ, ଏହାକୁ ଅନୁପାଳନ କରିବେ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଲୋକଭବନର ଏହି ସ୍ୱୀକୃତି ଆଗାମୀ ଦିନରେ ରାଜ୍ୟରେ ନିର୍ମାଣ ହେବାକୁ ଥିବା ସରକାରୀ କୋଠାବାଡ଼ିଗୁଡ଼ିକ ପାଇଁ ପ୍ରେରଣା ଯୋଗାଇବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Takshak TV