Wednesday, 05 Aug, 9.44 am ARGUS

ହୋମ
492 ବର୍ଷ ପ୍ରତିକ୍ଷା ପରେ ଆସିଛି ଶୁଭ ଘଡ଼ି

ଅର୍ଗସ ବ୍ୟୁରୋ : 492 ବର୍ଷ ପରେ ଶୁଭ ଘଡ଼ି ଆସିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଥିବା ପ୍ରତିକ୍ଷାର ଆଜି ଅନ୍ତ ହେବାକୁ ବସିଛି। ଆଜି ଦ୍ଵିପ୍ରହର 12ଟା 15 ମିନିଟ 15 ସେକେଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଭୂମି ପୂଜାର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମଧ୍ୟ ଏନେଇ ସ୍ପଷ୍ଟୋକ୍ତି ଦିଆଯାଇଛି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଙ୍ଘ ପ୍ରମୁଖ ମୋହନ ଭାଗବତ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟୁ ଗୋପାଳଙ୍କ ସମେତ ଅନ୍ୟ ବିଶିଷ୍ଟ ଲୋକ।

କୋଟି କୋଟି ରାମ ଭକ୍ତଙ୍କ ପ୍ରତିକ୍ଷାର ଆଜି ଅନ୍ତ ଘଟିଛି। ମନ୍ଦିର ନିର୍ମାଣ ପାଇଁ ହୋଇଥିବା ରକ୍ତ ସଙ୍ଘର୍ଷରେ ଆଜି ସେହି ଦିବଙ୍ଗତ ଆତ୍ମାକୁ ଶାନ୍ତି ମିଳିଯିବ ଯେଉଁମାନେ ନିଜ ଜୀବନକୁ ଏହି ଲଢେଇରେ ଉତ୍ସର୍ଗ କରିଥିଲେ। ଏବେ ଯଦି ଅପେକ୍ଷା ରହିବ ତେବେ ସେହି ମୁହୂର୍ତ୍ତକୁ ଯେଉଁ ଦିନ ରାମଲଲା ତାଙ୍କ ସ୍ଥାନରେ ବିରାଜିବେ ଓ ମନ୍ଦିର ନିର୍ମାଣ ସମାପ୍ତ ହେବ। ତେବେ ରାମ ମନ୍ଦିର ନିର୍ମାଣ ସହିତ ଅଯୋଧ୍ୟା ଏବଂ ଅଯୋଧ୍ୟାବାସୀଙ୍କ ପରୀକ୍ଷାର ଅନ୍ତ ଘଟିବ। ଅଯୋଧ୍ୟା କ୍ୟାଣ୍ଟନମେଣ୍ଟର ଚିତ୍ର ମଧ୍ୟ ବଦଳିଯିବ। ରାମ ମନ୍ଦିର ନିର୍ମାଣ ସହିତ ହନୁମାନ ମନ୍ଦିର, ସୀତା ରସୋଇ, ରାମ ଖଜାନା, କୈକେଇ ଭବନ, କୋପ ଭବନ, ରଙ୍ଗମହଲ, ଦଶରଥ ଭବନ ଏବଂ କନକ ଭବନ ଭଳି ଅନେକ ଐତିହାସିକ ସ୍ଥାନର ଅପେକ୍ଷାର ଅନ୍ତ ଘଟିବ। ମନ୍ଦ

ଭୂମି ପୂଜା ପାଇଁ ଏହି ନଦୀଗୁଡ଼ିକରୁ ଆସିଛି ପବିତ୍ର ଜଳ

ଭୂମି ପୂଜା ପାଇଁ ଗଙ୍ଗା, ଯମୁନା, ନର୍ମଦା, ଗୋଦାବରୀ, କୃଷ୍ଣ, କାଭେରୀ, ଇନ୍ଦୁ, ବ୍ରହ୍ମପୁତ୍ର, ସୂଟେଲଜ, ରବି, ଚେନାବ ସମେତ ଅନ୍ୟାନ୍ୟ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି। ଭକ୍ତମାନେ ଦେଶର ପ୍ରସିଦ୍ଧ ପବିତ୍ର ପୁଷ୍କରିଣୀରୁ ଅଯୋଧ୍ୟାକୁ ଜଳ ପଠାଇଛନ୍ତି।

ଏହି ସ୍ଥାନଗୁଡିକରୁ ଆସିଛି ମାଟି
ହଲଦି ଘାଟ, ଚିତ୍ତର ଦୁର୍ଗ, ସୁବର୍ଣ୍ଣ ମନ୍ଦିର ପୁଷ୍କରିଣୀର ଜଳ ଏବଂ ମାଟି, ବୈଷ୍ଣୋ ଦେବୀ, ମୈସେକର ଘାଟ, ସମସ୍ତ ଜ୍ୟୋତିର୍ଲିଙ୍ଗଙ୍କ ପ୍ରାଙ୍ଗଣର ମାଟି, ସରସ୍ୱତୀଙ୍କ ଜନ୍ମସ୍ଥାନର ଜଳ ଏବଂ ରଜ, ରବିଦାସ ମନ୍ଦିର କାଶୀ, ମାନସରୋବର ଜଳ ଆସିଛି।

ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ରାମଙ୍କ ଜନ୍ମସ୍ଥାନକୁ ଆସିବେ
ଦଶନ୍ଧି ଦଶନ୍ଧି ଧରି ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ଅଯୋଧ୍ୟାକୁ ପ୍ରଧାନମନ୍ତ୍ରୀ ଭାବରେ ଆସିଥିଲେ, କିନ୍ତୁ ରାମଙ୍କ ଜନ୍ମସ୍ଥାନଠାରୁ ସେମାନେ ଦୂରରେ ରହିଥିଲେ। ଇନ୍ଦିରା ଗାନ୍ଧୀ ତିନିଥର ରାମନଗରରେ, ରାଜୀବ ଦୁଇଥର ଏବଂ ଅଟଲ ଥରେ ପହଞ୍ଚିଥିଲେ। ଏହା ହେଉଛି ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ତାଙ୍କ ରାମଙ୍କ ଜନ୍ମସ୍ଥାନରେ ପହଞ୍ଚିବେ।

ଘରେ ରହି ଦୀପ ପ୍ରଜ୍ଜ୍ଵଳନ କରିବାକୁ ଯୋଗୀଙ୍କ ଅପିଲ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପିଲ କରିଛନ୍ତି ଯେ, ଭୂମି ପୂଜା / ଭିତ୍ତି ପ୍ରସ୍ତର କେବଳ ମନ୍ଦିରର ନୁହେଁ, ବରଂ ଏକ ନୂତନ ଯୁଗର ମଧ୍ୟ ଅଟେ। ଘରେ ରହି ଭୂମି ପୂଜନ ଏବଂ ଶିଲାନ୍ୟାସ କାର୍ଯ୍ୟକ୍ରମ ଦେଖନ୍ତୁ। ଏହା ସହ ଘରେ ଦୀପ ଜାଳନ୍ତୁ ଓ ସାଧୁସନ୍ଥ ଏବଂ ଧର୍ମଚାର୍ଯ୍ୟମାନେ ମନ୍ଦିରରେ ଅବିଭକ୍ତ ରାମାୟଣ ପାଠ କରନ୍ତୁ ବୋଲି ଅପିଲ କରିଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top