Wednesday, 05 Aug, 4.36 pm ARGUS

ହୋମ
ଆଜିର ଦିନ ଭାରତ ପାଇଁ ଏକ ଐତିହାସିକ ଏବଂ ଗୌରବପୂର୍ଣ୍ଣ ଦିନ: ଅମିତ୍‌ ଶାହ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମଜନ୍ମ ଭୁମିରେ ଭୂମି ପୂଜା ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜିର ଦିନ ଭାରତ ପାଇଁ ଏକ ଐତିହାସିକ ଏବଂ ଗୌରବପୂର୍ଣ୍ଣ ଦିନ ବୋଲି ନିଜ ଟୁଇଟର ପେଜ୍‌ରେ ଉଲ୍ଲେଖ କରିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ ।

ଶାହ କହିଛନ୍ତି ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଭୁମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭବ୍ୟ ରାମ ମନ୍ଦିରର ଭୁମି ପୂଜା ଏବଂ ଶିଳାନ୍ୟାସ କରାଯାଇଛି । ଯାହାଦ୍ୱାରା ମହାନ ଭାରତୀୟ ସଂସ୍କୃତି ଏବଂ ସଭ୍ୟତାର ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖା ହୋଇଛି । ଏଥିହିତ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ଶାହ କହିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top