Wednesday, 05 Aug, 9.58 am ARGUS

ହୋମ
ଐତିହାସିକ କ୍ଷଣର ସାକ୍ଷୀ ହେବା ପାଇଁ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : 492 ବର୍ଷ ପରେ ଶୁଭ ଘଡ଼ି ଆସିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଥିବା ପ୍ରତିକ୍ଷାର ଆଜି ଅନ୍ତ ହେବାକୁ ଯାଉଛି। ଆଜି ଦ୍ଵିପ୍ରହର 12ଟା 15 ମିନିଟ 15 ସେକେଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଭୂମି ପୂଜାର ଶୁଭାରମ୍ଭ କରାଯିବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧୟା ପାଇଁ ବାହାରି ଗଲେଣି। ଆଉ କିଛି ସମୟ ମଧ୍ୟରେ ସେ ଅଯୋଧ୍ୟାରେ ପହଞ୍ଚିବେ। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଲକ୍ଷ୍ନୌରୁ ଅଯୋଧ୍ୟା ପାଇଁ ବାହାରି ଗଲେଣି। ହେଲିପ୍ୟାଡ ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବେ। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଙ୍ଘ ପ୍ରମୁଖ ମୋହନ ଭାଗବତ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟୁ ଗୋପାଳଙ୍କ ସମେତ ଅନ୍ୟ ବିଶିଷ୍ଟ ଲୋକ।

ହନୁମାନ ଗଡ ମନ୍ଦିରର ପ୍ରମୁଖ ପୂଜାରୀ ପ୍ରେମଦାସ ମହାରାଜ କହିଛନ୍ତି ଯୈ, ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସିବା ଏକ ଐତିହାସିକ କ୍ଷଣ। ଆମେ ତାଙ୍କୁ ସମ୍ମାନିତ କରିବୁ। ପ୍ରଧାନମନ୍ତ୍ରୀଙ୍କୁ ଏହି ସମୟରେ ଚାନ୍ଦୀ ମୁକୁଟ ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯିବ। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପିଲ କରିଛନ୍ତି ଯେ, ଭୂମି ପୂଜା / ଭିତ୍ତି ପ୍ରସ୍ତର କେବଳ ମନ୍ଦିରର ନୁହେଁ, ବରଂ ଏକ ନୂତନ ଯୁଗର ମଧ୍ୟ ଅଟେ। ଘରେ ରହି ଭୂମି ପୂଜନ ଏବଂ ଶିଲାନ୍ୟାସ କାର୍ଯ୍ୟକ୍ରମ ଦେଖନ୍ତୁ। ଏହା ସହ ଘରେ ଦୀପ ଜାଳନ୍ତୁ ଓ ସାଧୁସନ୍ଥ ଏବଂ ଧର୍ମଚାର୍ଯ୍ୟମାନେ ମନ୍ଦିରରେ ଅବିଭକ୍ତ ରାମାୟଣ ପାଠ କରନ୍ତୁ ବୋଲି ଅପିଲ କରିଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top