Friday, 03 Jul, 3.55 pm ARGUS

ହୋମ
ବୋଲିଂକୁ ନେଇ ବଡ଼ ରାୟ ଦେଲେ କୁଲଦୀପ, କହିଲେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଚେକ୍‌ ଦେବା କଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ମତରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କୁ ବୋଲିଂରେ ଅଙ୍କୁଶ ଲଗାଇବା ବହୁ କଷ୍ଟ । ପୂର୍ବ ବର୍ଷ ଲମ୍ବା ସମୟ ଖରାପ ପ୍ରଦର୍ଶନ ଦେଇ ଗତି କରିଥିବା ବୋଲର କୁଲଦୀପ କହିଛନ୍ତି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ରହିଛି ନିଆରା କ୍ଷମତା ।

ସ୍ମିଥ ଅନେକ ସମୟରେ ବ୍ୟାକ୍‌ଫୁଟ୍‌ରେ ଖେଳନ୍ତି ଏବଂ ଅନେକ ସମୟ ଧରି ଖେଳନ୍ତି ତେଣୁ ତାଙ୍କୁ ବୋଲିଂ କରିବା ଆହ୍ୱାନପୂର୍ଣ୍ଣ ବୋଲି କହିଛନ୍ତି କୁଲଦୀପ । ଅନ୍ୟ ପକ୍ଷରେ ଡିଭିଲିୟର୍ସ କ୍ରିକେଟର ସମସ୍ତ ସଟ ଖେଳିବାର କ୍ଷମତା ରଖିଛନ୍ତି । ଏହି କାରଣରୁ ଏହି ଦୁଇଙ୍କ ବିପକ୍ଷରେ ବୋଲିଂ କରିବା ବେଳେ ବହୁ ଚିନ୍ତା କରିଥାନ୍ତି ବୋଲି କୁଲଦୀପ କହିଛନ୍ତି । ଏଥିରେ ତାଙ୍କ ସ୍ପିନ ବୋଲିଂ ପାର୍ଟନର ଚହଲ ମଧ୍ୟ ତାଙ୍କୁ ସାହାଯ୍ୟ ଏବଂ ସପୋର୍ଟ ଯୋଗାଇଥାନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କୁ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥାନ୍ତି ବୋଲି କୁଲଦୀପ କହିଛନ୍ତି ।

ପୂର୍ବ ବର୍ଷ ଲମ୍ବା ସମୟ ଖରାପ ପ୍ରଦର୍ଶନ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କୁଲଦୀପ । ଟିମ୍‌ରେ ଲଗାତାର ଖେଳିବର ସୁଯୋଗ ନପାଇବାରୁ ପ୍ରଦର୍ଶନ ଖରାପ ହୋଇଥିଲା ବୋଲି କହିଛନ୍ତି କୁଲଦୀପ । 2019 ବିଶ୍ୱକପ୍‌ ପୂର୍ବରୁ ବହୁ ପ୍ରାକ୍ଟିସ୍ କରିଥିବା ସତ୍ତ୍ୱେ ଆଇପିଏଲରେ ଖରାପ ପ୍ରଦର୍ଶନ ପାଇଁ ଅଧିକ ୱିକେଟ ନେବାରେ ବିଫଳ ହୋଇଥିଲେ ବୋଲି କୁଲଦୀପ କହିଛନ୍ତି । ତାପରେ ଟିମ୍‌ରୁ ଏଣ୍ଟ୍ରି, ଆଉଟ ହେବାରେ ଲାଗିଲି । ଏହି ସମୟରେ ଆତ୍ମବିଶ୍ୱାସ କମିବା ସ୍ୱାଭାବିକ । ପରେ କୌଶଳରେ ଅବନତି ହେବାରେ ଲାଗିଲା ବୋଲି କହିବା ସହ ୟୁଜବେନ୍ଦ୍ର ଚହଲଙ୍କ ଠାରୁ ସେ ଟିପ୍ସ ନେଉଥିବା କଥା ମଧ୍ୟ କହିଛନ୍ତି କୁଲଦୀପ ଯାଦବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top