Monday, 10 Aug, 7.50 am ARGUS

ହୋମ
ବ୍ରେକ୍ ଫେଲ୍ କରୋନା, ସାରା ବିଶ୍ଵରେ 7 ଲକ୍ଷ 33 ହଜାର 971 ଜଣଙ୍କ ମୁଣ୍ଡ ନେଲାଣି କରୋନା

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ମହାମାରୀ ଆତଙ୍କ। ମହାମାରୀ କରୋନା ଭୂତାଣୁ ସାରା ବିଶ୍ଵରେ ତାର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 20,022,265କୁ ବୃଦ୍ଧି ହୋଇଥିବା ବେଳେ 733,971 ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଏହି ମହାମାରୀ କବଳରୁ 12,897,799 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଶ୍ଵବ୍ୟାପୀ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6,390,495 ଥିବା ବେଳେ 64,666ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅଧିକ ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକା

215ଟି ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନାରେ ଅଧିକ ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକା ହୋଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 5,199,444 ଥିବା ବେଳେ 165,617 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏହି ମହାମାରୀ କବଳରୁ 2,664,701 ଜଣ ସୁସ୍ଥ ହୋଇଥିବା ବେଳେ 2,369,126 ଆକ୍ଟିଭ୍ କେସ୍ ରହିଛି। ସେମାନଙ୍କ ମଧ୍ୟରୁ 17,812 ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି।

ଭାରତରେ 44,466 ଜଣଙ୍କ ମୃତ୍ୟୁ

ସେହିପରି ଦ୍ଵିତୀୟ ସର୍ବାଧିକ ପ୍ରଭାବିତ ବ୍ରାଜିଲ। ଏଠାରେ 3,035,582 କରୋନା ସଂକ୍ରମିତ ଥିବା ବେଳେ 101,136 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ତୃତୀୟ ସ୍ଥାନରେ ରହିଛି ଭାରତ। ଏଠାରେ 2,214,137 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ 44,466 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏଯାବତ୍ 1,534,278 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ ଦେଶରେ 635,393 ସକ୍ରିୟ ସଂକ୍ରମିତ ଥିବା ବେଳେ 8,944 ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top