Monday, 10 Aug, 8.24 am ARGUS

ହୋମ
ଗଞ୍ଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସବୁଠୁ ଅଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲା ରହିଛି। ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଉଠାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ। ପଞ୍ଚାତୟ ସ୍ତରରେ କିଭଳି କରୋନା ମୁକାବିଲା ଚାଲିଛି ତାର ସମୀକ୍ଷା କରିବେ । ଭିଡିଓ କନଫରେନ୍‌ସିଂ ଜରିଆରେ ଅପରାହ୍‌ଣ ୫ଟା ବେଳେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଆକ୍ଟିଭ୍‌ ମାମଲା କମିବାରେ ଲାଗିଛି । ସୁସ୍ଥ ହାର ବଢୁଛି। ଗଞ୍ଜାମ ଜିଲ୍ଲାର ୮୩ ପ୍ରତିଶତ ଗାଁ ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ୮୨.୨୪ ପ୍ରତିଶତ ରୋଗୀ ସୁସ୍ଥ ହୋଇ ସାରିଲେଣି । ୩ ହଜାର ୧୫୫ଟି ଗାଁରେ ସର୍ଭେ ହୋଇଥିଲା । ଏଥିରୁ ୨ ହଜାର ୬୧୭ଟି ଗାଁ ଗ୍ରୀନ୍‌ ଜୋନରେ ଥିବା ବେଳେ ରେଡ୍‌ ଜେନ୍‌ରେ ୫୮୩ଟି ଗାଁ ରହିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top