Wednesday, 05 Aug, 9.41 am ARGUS

ହୋମ
ହାତୀ ଉପଦ୍ରବ: କାନ୍ଥ ଭୁଶୁଡି ମହିଳା ମୃତ

ଝାରସୁଗୁଡା: ଦିନକୁ ଦିନ ହାତୀପଲଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଝାରସୁଗୁଡା ଜିଲ୍ଲା ବାଘଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭଉଁରା ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ଗାଁକୁ ପଶି ଅନେକଙ୍କ ଘରର କାନ୍ଥ ଭଙ୍ଗାରୁଜା କରିଛନ୍ତି । ଯାହା ଫଳରେ କାନ୍ଥ ପଡି ସେହି ଗ୍ରାମର ଯମୁନା ବେହେରା (୬୫) ଙ୍କର ମୃତ୍ୟୁ ହୋଇଛି । ଯମୁନା ଶୋଇଥିବା ବେଳେ କାନ୍ଥ ପଡିଥିବା ଜଣାପଡ଼ିଛି ।

ତେବେ ଏହି ଅଂଚଳକୁ ବାରମ୍ବାର ହାତୀ ପଲ ପଶି ଘର ଭାଙ୍ଗିବା ସହିତ ଚାଷ ଜମି କ୍ଷୟକ୍ଷତି କରନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଯମୁନା ବେହେରା ଶୋଇଥିବା ଅବସ୍ଥାରେ ତାଙ୍କର ଘର କାନ୍ଥ ଭାଙ୍ଗିଦେଇଥିଲେ ହାତୀ ଯାହା ଫଳରେ କାନ୍ଥ ପଡି ବୃଦ୍ଧା ଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀଙ୍କୁ ଘଉଡାଇଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top