ହୋମ
ମାର୍ଚ୍ଚରେ ଅନୁଷ୍ଠିତ ହେବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ତରଫରୁ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ ଆସନ୍ତା ମାର୍ଚ୍ଚ ମାସରେ ଆୟୋଜନ ନିମନ୍ତେ ଆଜି ଏକ ବୈଠକରେ ନିଷ୍ପରି ନିଆଯାଇଛି । ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପୂର୍ବରୁ ବିଜ୍ଞାପନ ପ୍ରକାଶ ପାଇ ଦରଖାସ୍ତ ଗ୍ରହଣ ଶେଷ ତାରିଖ ଫେବୃଆରୀ ୨୦ ରଖାଯାଇଛି । କୋଭିଡ୍ ସକାଶେ ଗତବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିନଥିଲା । ତେବେ ପ୍ରତିଥର ଚଳଚ୍ଚିତ୍ରରେ ୨୭ଟି ବିଭାଗ ଏବଂ ଟେଲି ପୁରସ୍କାର ପାଇଁ ୨୦ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ ସକାଶେ ବରଖାସ୍ତ ଆହ୍ବାନ କରାଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ଚଳିତଥର ଏଛି ଉତ୍ସବକୁ ଆୟୋଜନ ସକାଶେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ଦାୟିତ୍ବ ଅର୍ପଣ କରାଯାଇଛି । ତେବେ କୁରୀ ଚୟନ ଓ ପୁରସ୍କାର ଦୂଜାନ୍ତ କାର୍ଯ୍ୟ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ କରାଯିବ । ଏହି ଉତ୍ସବ କିପରି ବହୁଳ ଭାବେ ପ୍ରଚାର ପ୍ରସାର ହୋଇପାରିବ ସେ ଦିଗରେ କେତେକ ଉପାଦେୟ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ କୁହାଯାଇଥିଲା । ଏପରିକି କୋଭିତ ନିୟମ ଅନୁସରଣପୂର୍ବକ ବିଶିଷ୍ଟ ଅତିଥିଙ୍କ ଦ୍ଵାରା କାର୍ଯ୍ୟକ୍ରମର ଉଦ୍ଘାଟନ କରିବା, ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ବା: ପୁରସ୍କାର ରାଶିକୁ ବୃଦ୍ଧି କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଜଘବରୁ ପର୍ଯ୍ୟଟନ ବିଭାଗ କିପରି ପର୍ଯ୍ୟଟନକୁ ଆକୃଷ୍ଟ କରିପାରିବ ସେ ଦିଗରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ କେତେକ ଜରୁରୀ ଆନୁଷଙ୍ଗିକ କାର୍ଯ୍ୟ ଯଥାଶୀଘ୍ର ହାତକୁ ନେବାକୁ ଏକାଢେମୀକୁ କୁହାଯାଇଛି ।
ଏହି ବୈଠକରେ ଓଡ଼ିଶା ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଶିଳ୍ପ ମନ୍ତ୍ରୀ ପ୍ରନ୍ତି ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଜନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ କୁନା ତ୍ରିପାଠୀ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସଚିବ ଶ୍ରୀ ନିତିନ ଭାନୁଦାସ ଜାୱାଲେ, ପର୍ଯ୍ୟଟନ ବିଭାଗ ଯୁଗ୍ନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।