Wednesday, 20 Jan, 6.36 pm ARGUS

ହୋମ
ପରୀ ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ସ୍ଥାନାନ୍ତର

ନୟାଗଡ: ନୟାଗଡର କୁନି ଝିଅ ପରି ହତ୍ୟା ମାମଲାରେ ପୁଣି ନୂଆମୋଡ। ଏହି ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ହୋଇଛି। ଅଭିଯୁକ୍ତଙ୍କ ବୟସକୁ ଆଧାର କରି ମାମଲା ସ୍ଥାନାନ୍ତରିତ ହୋଇଛି।

ଅନୁଗୁଳ ବାଳ ସୁଧାର ଗୃହରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଚତୁର୍ଥ ଥର ପାଇଁ ସେ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ଏସଆଇଟି ଅଭିଯୁକ୍ତର ଏଲ୍‌ଭିଏ ଲୋୟର ଭଏସ୍‌ ଅନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ମାତ୍ର ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର ହେବାର ଏହାର ଶୁଣାଣି ହୋଇନାହିଁ।

ସୂଚନାଯୋଗ୍ୟ, ଦୀର୍ଘ 5ମାସ ତଳେ ନୟାଗଡର ଏହି କୁନି ପରୀକୁ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟିକୁ ଦାୟିତ୍ଵ ଦେଇଥିଲେ। ପରେ ଏସଆଇଟିର ତଦନ୍ତକୁ ନେଇ ରାଜ୍ୟବାପୀ ଆନ୍ଦୋଳନ ହୋଇଥିଲା। ପରୀର ବାପା-ମା ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ। ପରୀର ମା ସିବିଆଇ ତଦନ୍ତ ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ମଧ୍ୟ ଏଥିପାଇଁ ରାଜ୍ୟ ସରକାରଙ୍କୁ ନୋଟିସ କରିଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top